ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପଙ୍ଖ

କିଛି ଲୋକ ଅଧିକ ପରିଶ୍ରମ କରୁଥିଲେ ବି ସେମାନଙ୍କୁ ଉପଯୁକ୍ତ ଅର୍ଥ ମଳିନଥାଏ । ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ଅଛି ଯାହାଦ୍ୱାରା ଘରକୁ ପଇସା ଆସିବାର ବାଟ ଖୋଲିଯାଏ । ମୟୂର ପଙ୍ଖ ଏକ ଚମତ୍କାରୀ ଶକ୍ତିଶାଳୀ ଯନ୍ତ୍ର ଅଟେ । ବହୁ ପ୍ରାଚୀନ କାଳରୁ ଶାସ୍ତ୍ର, ଜ୍ୟୋତିଷ ଆଦିରେ ଏହାର ବ୍ୟବହାର ଉଲ୍ଲେଖ ରହିଛି । ମୟୂର ପଙ୍ଖକୁ ବିଦ୍ୟାଦେବୀ ସରସ୍ୱତୀ, ଧନଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତ୍ତିକ, ହନୁମାନ ଓ ସମସ୍ତଙ୍କ ସହ ଯୋଡା ଯାଇଥାଏ । ଏହି ପଙ୍ଖକୁ ଯଦି ବଂଶୀ ସହ ଘରେ ରଖନ୍ତି, ତେବେ ସମ୍ପର୍କରେ ମଧୁରତା ଆସିଥାଏ ବୋଲି କୁହାଯାଏ ।

ସନ୍ଧ୍ୟା ଆଳତି ପରେ ଏହାକୁ ଜୋରରେ ହଲାଇବା ଦ୍ୱାରା ଘରୁ ନକରାତ୍ମକତା ଦୂରେଇ ଯାଇଥାଏ । ମୟୂର ପଙ୍ଖକୁ ଏଭଳି ଏକ ସ୍ଥାନରେ ରଖିବେ, ଯେଉଁଠାରେ ସମସ୍ତଙ୍କ ଦୃଷ୍ଟି ପଡିବ । ଏହା ଦ୍ୱାରା ଘରେ ସୁପ୍ରଭାବ ପଡିବା ସହିତ, ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘରର ସମସ୍ତ ରୁମରେ ମୟୂର ପଙ୍ଖ ରଖିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ରାହୁ କେତୁ ଓ କାଳସର୍ପ ଦୋଷ ରହିଥିଲେ ପାଖରେ ମୟୂର ପଙ୍ଖ ରଖନ୍ତୁ । ବିଦ୍ୟାର୍ଥୀମାନେ ଏହାକୁ ବହିରେ ରଖିବା ଦ୍ୱାରା ବିଦ୍ୟା କ୍ଷେତ୍ରରେ ସମୃଦ୍ଧି ଆସିଥାଏ । ଘରର ଦକ୍ଷିଣ ପୂର୍ବ କୋଣରେ ଓ ଟଙ୍କା ରଖିବା ସ୍ଥାନରେ ରଖିବା ଦ୍ୱାରା ଘରେ ଟଙ୍କାର ଅଭାବ ରହିନଥାଏ ।

Leave A Reply

Your email address will not be published.

ବ୍ରେକିଂ