ଘରୁ ଏଭଳି ଦୂର କରନ୍ତୁ ନକରାତ୍ମକ ଶକ୍ତି

ବାସ୍ତୁ ଅନୁସାରେ ଘରର ଆଖପାଖରେ ଉଭୟ ନକରାତ୍ମକ ଓ ସକରାତ୍ମକ ଶକ୍ତି ନିହିତ ରହିଛି । ଏମିତି କିଛି ନକରାତ୍ମକ ଶକ୍ତି ରହିଛି, ଯାହାକି ଆମ ଉପରେ ଏହାର ଗଭୀର ଖରାପ ପ୍ରଭାବ ପକାଇଥାଏ। ଘରେ ନକରାତ୍ମକ ଶକ୍ତି ବାସ କରିବା ଦ୍ବାରା ସଦାସର୍ବଦା ଚିନ୍ତା ବଢ଼ି ରହିଥାଏ। ତେଣୁ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ଲାଗି କିଛି ଏପରି ଉପାୟ ଅବଲମ୍ବନ କରନ୍ତୁ।  ଆସନ୍ତୁ ଜାଣିବା ବାସ୍ତୁ ସହିତ ଜଡିତ କିଛି ସରଳ ଓ ପ୍ରଭାବୀ ଉପାୟ। ଏହି ଉପାୟକୁ ପାଳନ କରିବା ଫଳରେ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯିବ।

ତୁଳସୀ
ବାସ୍ତୁ ଅନୁସାରେ ଘରକୁ ସଦା ସର୍ବଦା ସକାରାତ୍ମକ ଶକ୍ତିରେ ଭରି ରଖିବା ଲାଗି ତୁଳସୀ ଗଛ ଘରେ ନିଶ୍ଚୟ ଲଗାନ୍ତୁ। ଏହାଦ୍ବାରା ଘରେ ରହିଥିବା ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପରିସ୍ଥିତିରେ ପରିଣତ ହେବ। ଯେଉଁ ଘରେ ସଦାସର୍ବଦା କଳି-ଝଗଡା ଲାଗି ରହୁଛି ସେହି  ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ। ଅନ୍ନ ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ଓ ଘରେ ସୁଖ-ସମୃଦ୍ଧି ବାସ କରିବ। ଏଥିପାଇଁ ଘରର ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ।
ଲୁଣ ପାଣି ପୋଛା
ସପ୍ତାହକୁ ୧-୨ଥର ପାଣିରେ ଲୁଣ ମିଶାଇ ଘରକୁ ପୋଛନ୍ତୁ ।ଏକକପ୍‌ ପାଣିରେ ୫ଚିମୁଟା ଲୁଣ ପକାଇ ଏକ କପଡା ବୁଡାଇ ଭଲ ଭାବରେ ଚିପୁଡି ଘରର କବାଟ ଓ ଝରକା ପୋଛି ଦିଅନ୍ତୁ। ଏହି ଉପାୟ କଲେ ଘରର ନକରାତ୍ମକ ଦୋଷ ଦୂର କରିବ।
ଧୂପ ଓ କର୍ପୂର ଜଳାନ୍ତୁ
ଘରେ ନକରାତ୍ମକ ଶକ୍ତି ଦୂର ହେବା ପାଇଁ ଘରେ ସୁଗନ୍ଧିତ ଧୂପ କିମ୍ବା କର୍ପୂର ଜଳାନ୍ତୁ।
ବେଡରୁମ୍ ଉପାୟ
ବେଡରୁମ ଚାରି କୋଣରେ ଅଳ୍ପ ଲୁଣ ସିଂଚନ କରନ୍ତୁ। ଏହି ଲୁଣ ୪୮ ଘଣ୍ଟା ଭିତରେ ସଫାକରି ଅନ୍ୟ ଲୁଣ ରଖନ୍ତୁ। ଏହି ଉପାୟରେ ଘରୁ ସମ୍ପୂର୍ଣ୍ଣ ଭାବେ ନକରାତ୍ମକ ଶକ୍ତି ଦୂର ହୋଇଯିବ।

Leave A Reply

Your email address will not be published.

ବ୍ରେକିଂ