ଜାଣନ୍ତୁ ଘରର କେଉଁ ସ୍ଥାନରେ କେଉଁ ଜିନିଷ ରଖିବେ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଆସବାବ ପତ୍ର ସଠିକ ଭାବରେ ଏବଂ ସଠିକ ଦିଗରେ ରଖିବା ଉଚିତ୍। ଏହାଦ୍ଵାରା ଶୁଭଫଳ ମିଳିଥାଏ। ବାସ୍ତୁଶାସ୍ତ୍ର  ଅନୁସାରେ ଘରର ୪ଟି କୋଣ ରହିଛି। ଈଶାଣ କୋଣ, ନୈଋତ୍ୟ କୋଣ, ଆଗ୍ନେୟ କୋଣ ଏବଂ ୱାୟବ କୋଣ। ଈଶାଣ କୋଣରେ ଜଳ ଏବଂ ଭଗବାନ ଶିବଙ୍କୁ ରଖିବା ଅତ୍ୟନ୍ତ ଶୁଭ। ଏହି କୋଣର ସ୍ବାମୀ ହେଉଛନ୍ତି ଗୁରୁ ଗ୍ରହ। ଏହି ସ୍ଥାନରେ ପୂଜା ଘର, ମାଠିଆ, କୂଅ, ବୋରିଙ୍ଗ ବା ପାଣି ଟାଙ୍କି ଆଦି ରଖିବା ଉଚିତ୍।

ନୈଋତ୍ୟ କୋଣ ପୃଥ୍ବୀ ତତ୍ବର ସ୍ଥାନ। ଏହି କୋଣରେ ସ୍ବାମୀ ହେଉଛନ୍ତି ରାହୁ ଓ କେତୁ। ଏହି ସ୍ଥାନରେ ଟିଭି, ରେଡିଓ, ଡିଭିଡି ପ୍ଲେୟର ଏବଂ ଖେଳକୁଦର ସାମଗ୍ରୀ ରହିବା ଉଚିତ୍। ନେଋତ୍ୟ ଏବଂ ଦକ୍ଷିଣ କୋଣରେ ଆଲମାରୀ, ସୋଫା, ବେଞ୍ଚ ଆଦି ଓଜନିଆ ଜିନିଷ ରଖିପାରିବେ।

ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳର ସ୍ଥାନ। ଶୁକ୍ର ଗ୍ରହ ଏହି ସ୍ଥାନର ସ୍ବାମୀ। ଆଗ୍ନେୟ କୋଣରେ ରୋଷେଇ ଘର ବା ବୈଦେତୁକ ସାମଗ୍ରୀ ରଖି ପାରିବେ।

ୱାୟବ କୋଣ ହେଉଛି ବାୟୁର ସ୍ଥାନ। ଏହି କୋଣର ସ୍ବାମୀ ହେଉଛନ୍ତି ଚନ୍ଦ୍ର ଗ୍ରହ। ଏହି କୋଣରେ ଝରକା ରହିବା ଅତି ଉତ୍ତମ। ଏହି ସ୍ଥାନରେ ଗେଷ୍ଟ ରୁମ୍ ବା ଅତିଥି କକ୍ଷ ରଖିପାରିବେ।

Leave A Reply

Your email address will not be published.

ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି