କେଶର ଦୂର କରିବ ମଙ୍ଗଳଦୋଷ

କେଶର ଉପଯୋଗ ଆମେ କେବଳ ଖାଦ୍ୟପେୟରେ କରିଥାଉ ତାହା ନୁହେଁ, ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କେଶର ଜୀବନରେ  ବହୁ ସମସ୍ୟାକୁ ସୁଧାରିବାରେ ସହାୟକ ହୋଇଥାଏ। କେଶରର କିଛି ବିଶେଷତା ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି , ଏହି ଉପାୟକୁ ଆପଣାଇବା ଦ୍ବାରା ଆପଣଙ୍କ ଜୀବନରେ ଘଟୁଥିବା ବିଭିନ୍ନ ସମସ୍ୟା ଦୂର ହେବା ସହ ସୁଖ-ସମୃଦ୍ଧିରେ ଘର ଭରିଯିବ।

ଜାତକରେ ବୃହସ୍ପତି ମଜଭୁତ

ଜାତକରେ ବୃହସ୍ପତି ମଜଭୁତ ହେବା ସହିତ  ବ୍ୟବସାୟରେ ବୃଦ୍ଧି ଘଟିବ। ଗୁରୁ ଗ୍ରହ ମଜବୁତ କରିବା ଲାଗି ଗୁରୁବାର କେଶର ତିଲକ ମଥାରେ ଲଗାନ୍ତୁ। ଏଥିସହିତ  କେଶର  ଉପଯୋଗ କରି ମହାଲକ୍ଷ୍ମୀଙ୍କୁ  ପ୍ରସାଦ ଚଢ଼ାନ୍ତୁ।

ଦାମ୍ପତ୍ୟ ଖୁସି

କଞ୍ଚା କ୍ଷୀରରେ କିଛି କେଶର ସୂତା ମିଶାଇ ଶିବଙ୍କୁ ଚଢ଼ାନ୍ତୁ। ଏହି କେଶର ମିଶା ପାଦୁକାକୁ ମୁଣ୍ଡରେ ମାରନ୍ତୁ। ଏହି ଉପାୟକୁ ଲଗାତାର ୩ମାସ ପ୍ରତି ସୋମବାର କରନ୍ତୁ। ଏହାଦ୍ବାରା ଘରେ ରହିଥିବା  ନକାରାତ୍ମକ  ଶକ୍ତି ଦୂର ହେବା ସହିତ  ପତିପତ୍ନୀଙ୍କ ମଧ୍ୟରେ  ସମ୍ପର୍କ ମଧୁର ହୋଇଥାଏ। ଏଥିସହିତ କୌଣସି  ସୁହାଗିନୀ ମହିଳାଙ୍କୁ ସୁହାଗ ସାମଗ୍ରୀ ଦାନ କରନ୍ତୁ। ଧ୍ୟାନ ରଖିବେ ଏହି ସାମଗ୍ରୀ ଦାନ କରିବା ପୂର୍ବରୁ ଏଥିରେ କିଛି କେଶର ମିଶାଇ ଦିଅନ୍ତୁ।

ବ୍ୟବସାୟରେ ଉନ୍ନତି

ବ୍ୟବସାୟରେ ଉନ୍ନତି କରିବା ଲାଗି କାଗଜ ଉପରେ କେଶର ଲଗାଇ ଭଗବାନ ଶ୍ରୀଗଣେଶଙ୍କ ସ୍ବସ୍ତିକ ଚିହ୍ନ ଆଙ୍କନ୍ତୁ। ଏହି କାଗଜକୁ  ବ୍ୟବସାୟ ସଂସ୍ଥାନରେ ରଖନ୍ତୁ। ବ୍ୟବସାୟ ବୃଦ୍ଧି ହେବା ସହିତ କାରବାରରେ ଉନ୍ନତି ଘଟିବ।

ଆର୍ଥିକ ସ୍ଥିତି ମଜଭୁତ

ଧଳା  କପଡ଼ାରେ କେଶର ଲଗାଇ ରଖନ୍ତୁ। ଏହି କପଡ଼ାକୁ  ଟ୍ରେଜେରି କିମ୍ବା ଆଲମାରିରେ ବିଛାଇ ଦିଅନ୍ତୁ , ଏହି ଉପାୟ  ଘରର ଆର୍ଥିକ ସଂକଟ ଦୂର ହେବା ସହିତ ଧନର ବର୍ଷା ହେବ।

ମଙ୍ଗଳ ଦୋଷ ଦୂର

ଜାତକରେ ମଙ୍ଗଳ ଦୋଷ ରହିଥିଲେ ଜୀବନରେ ଖୁବ୍ ଅସୁବିଧା ଭୋଗ କରିବାକୁ ପଡିଥାଏ। ଏହି ଦୋଷରୁ ମୁକ୍ତି ପାଇବା ଲାଗି ମଙ୍ଗଳବାର ଲାଲ ଚନ୍ଦନ ଓ  କେଶର ମିଶାଇ ହନୁମାନଙ୍କୁ ତିଳକ ଲଗାନ୍ତୁ। ଏହାଦ୍ବାରା ମଙ୍ଗଳଦୋଷ ଦୂର ହୋଇଯିବ।

Leave A Reply

Your email address will not be published.

ବ୍ରେକିଂ