ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଘରର ସୁଖ ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ବାସ୍ତ୍ରୁ ଶାସ୍ତ୍ରରେ ଅନେକ ଉପାୟ ଦିଆଯାଇଛି । ବାସ୍ତ୍ରୁଶାସ୍ତ୍ର ଅନୁଯାୟୀ, ଆପଣଙ୍କ ଘର ନିକଟରେ ଥିବା ସକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ନିଜ ଘରେ ଏବଂ ଏହାର ଆଖପାଖ ସ୍ଥାନରେ କିଛି ପରିବର୍ତ୍ତନ ଆଣିବାକୁ ହେବ । ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ଆଗମନ ହେବାର ସମ୍ଭାବନା ରହିଛି ।

  • ଘରର ମୁଖ୍ୟ ଫାଟକ ସମ୍ମୁଖରେ କିମ୍ବା ପାଖରେ କୌଣସି ବୈଦ୍ୟୁତିକ ପୋଲ, ଟ୍ରାନ୍ସଫର୍ମର କିମ୍ବା କୌଣସି ଗଛ ରହିବା ଉଚିତ ନୁହେଁ । ଏହା ଆପଣଙ୍କ ପ୍ରଗତି ଏବଂ ବିକାଶର ରାସ୍ତାକୁ ଅବରୋଧ କରିଥାଏ ।
  • ଯଦି ଘର ବାହାରେ ଝରକା ଅଛି, ନିଶ୍ଚିତ କରନ୍ତୁ ଯେ ଏହା ନିକଟରେ ଶୁଖିଲା ଗଛ, ମଇଳା କିମ୍ବା ନାଳ  ନଥିବ ।  ଏହା ମଧ୍ୟ ଧନକୁ ଘରକୁ ଆସିବାରେ ରୋକିଥାଏ ।
  • ଘର ବାହାରେ ଥିବା କବାଟ ସବୁବେଳେ ସଫା ରଖିବା ଉଚିତ୍ । ଘର ବାହାରେ ଏକ ସ୍ୱାସ୍ତିକ ଚିହ୍ନ ଆଙ୍କନ୍ତୁ ଏବଂ ସେଠାରେ ହଳଦୀ କୁମକୁମ ଲଗାଇ ପୂଜା କରନ୍ତୁ  କରନ୍ତୁ । ଏହାଦ୍ୱାରା  ସେଠାରେ ଲକ୍ଷ୍ମୀ ବାସ କରନ୍ତି ।
  • ଘରର ଶୌଚାଳୟ ଏବଂ ବାଥରୁମକୁ ରାହୁ ଏବଂ କେତୁଙ୍କ ସ୍ଥାନ କୁହାଯାଏ । ତେଣୁ ଏହାକୁ ସର୍ବଦା ସଫା ରଖିବା ଉଚିତ୍ ।
Leave A Reply

Your email address will not be published.

ବ୍ରେକିଂ