ଘର ଅଗଣାରେ ଲଗାନ୍ତୁନି ଏହିସବୁ ଗଛ

ବାସ୍ତୁଶାସ୍ତ୍ର ଅନୁସାରେ, ଗଛ ପତ୍ରର ସମ୍ପର୍କ ଘରର ସୁଖ ଶାନ୍ତି ସହ ଥାଏ। ଏଣୁ ପରିବାରରେ ଖୁସି ବଜାୟ ରଖିବାକୁ ଘରେ କେତେକ ଗଛ ଲଗାଇବାକୁ କୁହାଯାଏ। ସେହିଭଳି କିଛି ଏମିତି ଗଛ ବି ରହିଛି ଯାହାକୁ ଘରେ ଲଗାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ଗଛ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ଵାରା ଘରେ ଝଗଡା ହୋଇଥାଏ। ଘରେ ତେନ୍ତୁଳି ଗଛ ଲଗାଇବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି। ଏହା ଦ୍ୱାରା ଘରେ ସବୁବେଳେ ରୋଗ ବେମାରି ଲାଗିରହେ।

ଧର୍ମ ଗ୍ରନ୍ଥ ଅନୁସାରେ ଓସ୍ତ ଏକ ଦେବତୁଲ୍ୟ ଗଛ ହୋଇଥିଲେ ବି ଏହାକୁ ଘରେ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ଧନ ହାନି ହୁଏ। ସେହିପରି ଘରେ ଖଜୁରୀ ଗଛ ଲଗାଇବାକୁ ମଧ୍ୟ ବାସ୍ତୁରେ ବାରଣ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ