ଭାଗ୍ୟ ବଦଳିବାର ଶୁଭ ସଙ୍କେତ

ସମସ୍ତେ ଚାହାନ୍ତି ହସ ଓ ଖୁସିରେ ଜୀବନ ବିତାଇବା ଲାଗି। କିନ୍ତୁ ଏଥିପାଇଁ ତ ଧନର ଖୁବ ଆବଶ୍ୟକତା ରହିଛି। କିନ୍ତୁ ଏମିତି ବି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ବହୁ ପରିଶ୍ରମ କରୁଥିଲେ ହେଁ, ଭାଗ୍ୟ ସେମାନଙ୍କ ସାଥ୍ ଦେଉ ନଥିବାରୁ ସଦାସର୍ବଦା ଘରେ ଆର୍ଥିକ ସଙ୍କଟ ଲାଗି ରହୁଛି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଗ୍ରହ ଦୋଷ ବା ଭାଗ୍ୟ କାରଣରୁ ଏଭଳି ଘଟିଥାଏ। କିନ୍ତୁ ସବୁବେଳେ ଖରାପ ସମୟ ରହେ ନାହିଁ। ଶୀତ ପରେ ବସନ୍ତ ଆସିବା ପରି ଭାଗ୍ୟ ମଧ୍ୟ ବଦଳିଯାଏ ଓ ମଣିଷର ଦୁଃଖ ସମୟ ଯାଇ ସୁଖ ଆସେ। ତେବେ ଭାଗ୍ୟ ବଦଳିବା ପୂର୍ବରୁ କିଛି ପୂର୍ବ ସୂଚନା ମିଳିଥାଏ। ଏହା ବିଷୟରେ ଆସନ୍ତୁ ଜାଣିବା ।

ଘଣ୍ଟା ଓ ମୁଦ୍ରା

ଯଦି ଆପଣ କୌଣସି କାମରେ ଘରୁ ବାହାରି ଯିବା ବେଳେ ବାଟରେ ଆପଣ ଶଙ୍ଖ-ଘଣ୍ଟା ଓ ସ୍ବସ୍ତିକ ଚିହ୍ନ କିମ୍ବା ରାସ୍ତାରେ ଟଙ୍କା ଏବଂ ଘୋଡା ନାଲ ପାଆନ୍ତି ତେବେ ଏହା ଭାଗ୍ୟ ବଦଳିବାର ପୂର୍ବ ସୂଚନା ଦିଏ। ତେବେ ଏହିସବୁ ଜିନିଷ ଦେଖ଄ଲେ ଘରକୁ ନେଇ ଆସନ୍ତୁ। ଏହି ଜିନିଷକୁ ଘରର ଅଗଣା କିମ୍ବା ବଗିଚାରେ ପୋତି ଦିଅନ୍ତୁ, ନତୁବା ଘରେ ପୂଜା ହେଉଥିବା ଠାକୁରଙ୍କ ନିକଟରେ ରଖି ଦିଅନ୍ତୁ।

ଆଖୁ ଓ ଗାଈ ରଡି

ଯଦି ଘରୁ ବାହାରିବା ସମୟରେ ପ୍ରଚୁର ଆଖୁ ଥିବା ଗାଡ଼ି କିମ୍ବା ଗାଈଙ୍କ ରଡି ଶୁଣନ୍ତି ତେବେ ଏହା ଶୁଭ ସଙ୍କେତ ବୋଲି ଜାଣନ୍ତୁ। ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ବାହାରକୁ ଯାଉଛନ୍ତି ଏଥିରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ। ଏଥିସହିତ ଧନପ୍ରାପ୍ତି ହେବାର ଏହା ପୂର୍ବ ସୂଚନା । ଏଥିସହିତ ଆପଣଙ୍କ କାମରେ କୌଣସି ସମସ୍ୟା ଦେଖାଯିବ ନାହିଁ।

ଭୂମି ଉପରେ ଟଙ୍କା ପଡିବା

ଯଦି ଆପଣ ଧନର ନେଣ-ଦେଣ କରୁଛନ୍ତି ତେବେ ଅନ୍ୟକୁ ଅର୍ଥ ଦେବା ସମୟରେ ଆପଣଙ୍କ ହାତରୁ ଟଙ୍କା ବା ପଇସା ଖସି ଭୂମି ଉପରେ ପଡିଯାଏ, ତେବେ ଏହା ଧନ ପ୍ରାପ୍ତିର ଉତ୍ତମ ସଙ୍କେତ ବୋଲି କୁହାଯାଇଛି। ଚାକିରି ଓ ବ୍ୟବସାୟରେ ଅର୍ଥ ବଢ଼ିବ।

ଛୋଟ ପିଲା

ଯଦି ଆପଣ ରାସ୍ତାରେ ଯାଉଛନ୍ତି କୌଣସି ପିଲା ଆସି ଆପଣଙ୍କୁ ଟଙ୍କା ବା ପଇସାଟିଏ ଦେଇ ଦେବ ତାହେଲେ ଅଚାନକ ଧନ ବର୍ଷିବାର ଶୁଭ ସଙ୍କେତ ବୋଲି ଭାବି ନିଅନ୍ତୁ।

ମୟୂର

ଯଦି ଆପଣ ରାସ୍ତାରେ ଯିବା ବେଳେ ପକ୍ଷ ମେଲାଇ ଥିବା ମୟୂରକୁ ଦେଖିବେ, ତେବେ ଏହା ହିଁ ଖୁବ୍ ଶୁଭ ଯୋଗ। ଏହା ଅର୍ଥପ୍ରାପ୍ତିର ଶୁଭ ସଙ୍କେତ ଦିଏ।

ହସୁଥିବା ଶିଶୁ କନ୍ୟା

ଘରୁ ବାହାରିବା ବେଳେ ଯଦି ଆପଣ କୌଣସି ହସୁଥିବା ଶିଶୁ କନ୍ୟାକୁ ଦେଖିନେବେ, ତା’ହେଲେ ଜାଣନ୍ତୁ ଏହା ଅର୍ଥ ପ୍ରାପ୍ତିର ଶୁଭ ସଙ୍କେତ। ଏଥିସହିତ କୌଣସି ଯୁବତୀ ଭରା କଳସ ପାଣି ନେଇ ଯାଉଛନ୍ତି ତ ତେବେ ଏହା ଶୁଭ ସଙ୍କେତ। ଆପଣଙ୍କ ଉପରେ ଭାଗ୍ୟ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେଲେ ବୋଲି ଜାଣି ନିଅନ୍ତୁ। ଧନ ହିଁ ଧନ ବର୍ଷିବ ଆପଣଙ୍କ ଭାଗ୍ୟରେ।

Leave A Reply

Your email address will not be published.

ବ୍ରେକିଂ