ଭେଜ୍ କବାବ୍

ଆବଶ୍ୟକ ସାମଗ୍ରୀ-

ବ୍ରେଡ, ଚିଜ୍ , ଲୁଣ, ସେଜଓ୍ବାନ୍ ସସ, ଟମାଟୋ ସସ, ସିଝା ସୁଇଟ କର୍ଣ୍ଣ, କ୍ୟାପସିକମ, ପିଆଜ, ଚିଲ୍ଲୀ ଫ୍ଲେକ୍ସ, ଗରମ ମସଲା, ଧନିଆ ପତ୍ର, ଜିରା ପାଉଡର, ରସୁଣ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଏକ ପାତ୍ରରେ ଚିଜକୁ ଗ୍ରେଡ କରିବେ । ତାପରେ କ୍ୟାପସିକମକୁ ଛୋଟଛୋଟ କାଟି ସେଥିରେ ପକାଇବେ । ଏହାପରେ ସେଥିରେ ସିଝା ସୁଇଟ କର୍ଣ୍ଣକୁ ଛେଚି ପକାଇବେ । ତାପରେ ସେଥିରେ କଟା ପିଆଜ, ଚିଲ୍ଲୀ ଫ୍ଲେକ୍ସ, ଗରମ ମସଲା, ଲୁଣ, କଟା ଧନିଆ ପତ୍ର, ଜିରା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ତାପରେ ବ୍ରେଡର କେବଳ ଧଳା ଅଂଶକୁ ନେଇ ତା ଉପରେ  ହାଲକା ପାଣି ଲଗାଇବେ । ଏହାପରେ ତା ଉପରେ ପ୍ରସ୍ତୁତ କରିଥିବା ମିଶ୍ରଣ ପକାଇ, ବ୍ରେଡକୁ ଫୋଲ୍ଡ କରି, ହାତରେ ଚାପି, ତାର ଉଭୟ ପାଖ ମୁହଁ ବନ୍ଦ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା ବ୍ରେଡ ପକାଇ ଫ୍ରାଏ କରିବେ ।

ଉଭୟ ପାଖ ଗୋଲ୍ଡନ କଲର ହେବା ପରେ, ଏକ ପ୍ଲେଟକୁ କାଢି ରଖିବେ । ତାପରେ ତାକୁ ମଝିରୁ କାଟିବେ । ଏହାପରେ ପୁଣି ଗ୍ୟାସରେ ପ୍ୟାନ୍ ବସେଇ ତେଲ ପକାଇବେ। ତେଲ ଗରମ ହେବାପରେ ସେଥିରେ ରସୁଣ ଛେଚା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ସେଜଓ୍ବାନ୍ ସସ,ଟମାଟୋ ସସ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ କାଟି ରଖିଥିବା କବାବକୁ ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଭେଜ୍ କବାବ୍ । ଏବେ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ