ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଭୁବନେଶ୍ଵର : ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  ସେ କହିଛନ୍ତି,  ଓଡିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତବର୍ଷର ଭକ୍ତମାନଙ୍କ ନିମନ୍ତେ ଏକ ବହୁ ପ୍ରତିକ୍ଷୀତ ଓ ଆବେଗମୟ ମୁହୂର୍ତ୍ତ । ଏହା ଆମର ବିବିଧତାର ପ୍ରତୀକ ଓ ଭକ୍ତମାନଙ୍କ ପାଇଁ ଅନେକ ଆଧ୍ୟାତ୍ମିକ ମହତ୍ୱ ରଖିଥାଏ ।

ଭଗବାନ ଜଗନ୍ନାଥଙ୍କ ନାମାନୁସାରେ ‘ଜଗତର ନାଥ’ଙ୍କ ଏହି ଯାତ୍ରା ଅତୁଳନୀୟ ଓ ବିଗ୍ରହମାନଙ୍କୁ ରଥରେ ବସାଇନେବା ଦୃଶ୍ୟ ଅନନ୍ୟ । କୋଭିଡ-୧୯ ଯୋଗୁଁ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛି । କୋଭିଡ ମାର୍ଗଦର୍ଶିକା ପାଳନ କରି ଏହି ଯାତ୍ରା ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି।

ଏଥିସହ ରଥଯାତ୍ରା ସହ ନିହିତ ପବିତ୍ର ଓ ମହାନ ଆଦର୍ଶ ଆମମାନଙ୍କ ଜୀବନରେ ଶାନ୍ତି, ସୌହାର୍ଦ୍ଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଆଣିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ