ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶେରନୀ’ର ଟିଜର ରିଲିଜ୍

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରନୀ’ ର ଟିଜର ଆଜି ରିଲିଜ୍ ହୋଇଛି। ଏହି ଟିଜରଟି ମାତ୍ର ୨୦ ସେକେଣ୍ଡର ହୋଇଛି । ଟିଜରରେ ବିଦ୍ୟା ତାଙ୍କର ଦୁଇ ସାଥୀଙ୍କ ସହ ଜଙ୍ଗଲରେ ବୁଲୁଥିବାର ନଜର ଆସିଛନ୍ତି ଏବଂ ବ୍ୟାକଗ୍ରାଉଣ୍ଡରେ ବିଦ୍ୟାଙ୍କ ସ୍ୱରରେ ଏକ ସଂଳାପ ଶୁଣାଯାଉଛି – ‘ଜଙ୍ଗଲ ଯେତେ ଘନ ହେଉନା କାହିଁକି, ଶେରନୀ ତା’ର ରାସ୍ତା ଖୋଜିନେଇଥାଏ …’।

ଏହି ଫିଲ୍ମର ଟ୍ରେଲର ଜୁନ୍ ୨ ରେ ରିଲିଜ ହେବାକୁ ଯାଉଛି। ଆମାଜନ ପ୍ରାଇମ ଭିଡିଓ ନିକଟରେ ଘୋଷଣା କରିଛି ଯେ ଫିଲ୍ମ ‘ଶେରନୀ’ ଜୁନ୍ ମାସରେ ସେମାନଙ୍କ ଷ୍ଟ୍ରିମିଂ ସେବାରେ ରିଲିଜ୍ ହେବ। ଫିଲ୍ମ ନିର୍ମାତା ଅମିତ ମାସୁରକରଙ୍କ ନିର୍ଦ୍ଦେଶିତ ତଥା ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଡ୍ରାମା ମୁଭିରେ ବିଦ୍ୟା ବାଲାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବିଦ୍ୟା ବାଲାନ୍ ଫରେଷ୍ଟ ମହିଳା ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ