ଅଭିନେତା ବିଦ୍ୟୁତ ଜାମୱାଲଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ‘ଆଇବି-୭୧’ ଘୋଷଣା

ମୁମ୍ବାଇ: ବଲିଉଡ଼ ଅଭିନେତା ବିଦ୍ୟୁତ ଜାମୱାଲ ଅଭିନେତାରୁ ପ୍ରଯୋଜକରେ ପାଦ ଥାପିଛନ୍ତି । ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ବ୍ୟାନରରେ ପ୍ରଥମ ଚଳଚ୍ଚିତ୍ର ‘ଆଇବି-୭୧’ ନାମକ ଚଳଚ୍ଚିତ୍ରର ଘୋଷଣା କରିଛନ୍ତି। ଏହି ଥ୍ରୀଲର ଫିଲ୍ମକୁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଗାଜିର ନିର୍ଦ୍ଦେଶକ ସଙ୍କଳ୍ପ ରେଡ୍ଡୀ ନିର୍ଦ୍ଦେଶନା ଦେବେ ।

ବିଦ୍ୟୁତ ଏଥିରେ ଜଣେ ଗୋଇନ୍ଦା ଅଫିସର ଭୂମିକାରେ ନଜର ଆସିବେ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମରେ ଟି-ସିରିଜ ଓ ରିଲାୟନ୍ସ ଏଣ୍ଟରଟେନମେଣ୍ଟ ତାଙ୍କ ପାର୍ଟନର ରହିଛନ୍ତି ।  କିପରି ମହାନ ଗୋଇନ୍ଦା ଅଧିକାରୀମାନେ ପାକିସ୍ତାନକୁ ନାକେଦମ କରିଥିଲେ ତାହା ଏଥିରେ ଦେଖିବାକୁ ମିଳିବ। ଆଦିତ୍ୟ ଶାସ୍ତ୍ରୀ ଏହାର କାହାଣୀ ରଚନା କରିଛନ୍ତି। ୨୦୨୧ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ବିଦ୍ୟୁତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ