ବରଗଡ: ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଭିଜିଲାନ୍ସ ପଞ୍ଝାରେ ବରଗଡ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କମ୍ବୁପାଣି ମିଶ୍ରଙ୍କ ବାସଭବନ ସ୍ଥିତ 4ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଏହି ଚଢାଉ କମ୍ବୁପାଣି ମିଶ୍ରଙ୍କ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ହଳଦୀ ଗ୍ରାମ ସ୍ଥିତ ପୈତୃତ ବାସଭବନ, ବଲାଙ୍ଗିର ଜିଲ୍ଲା ଠିକାଦାରପଡା ସ୍ଥିତ ବାସଭବନ, ବରଗଡ ଖଜୁରଟିକା ସ୍ଥିତ ଭଡା ଘର ଏବଂ ବରଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ହୋଇଛି ।

ତେବେ ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ଭିଜିଲାନ୍ସ ଟିମ୍‌ । ଏଥିସହିତ ଅକାଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ ହୋଇଛି । ତେବେ ଭିଜିଲାନ୍ସ ଅଧିକାରୀ ତନାଘନା ଜାରି ରଖିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ