ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଇଏଫଏସ୍ ଅଧିକାରୀ । ୧୯୮୭-ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଅଭୟ କାନ୍ତ ପାଠକଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ସେ ଅତିରିକ୍ତ ସିପିସିଏଫ ଭାବରେ କାର୍ଯ୍ୟରତ ଅଛନ୍ତି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଭୁବନେଶ୍ୱର ସ୍ଥିତ 5ଟି ଏବଂ ମୁମ୍ବାଇ ଓ ପୁଣେ ସ୍ଥିତ 7ଟି ସ୍ଥାନ ଏବଂ ବିହାରର କିଛି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
ଭିଜିଲାନ୍ସ ସ୍ପେଶାଲ୍ ଜଜ୍ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ର ଆଧାରରେ ପାଠକଙ୍କର ପୁଣେ ଭୁଗାଁଓର ହିଲ୍ ଟାଉନ ଅଞ୍ଚଳରେ ଥିବା ଫାର୍ମ ହାଉସ ଓ କୋରେଗାଓଁ ପାର୍କ ଅଞ୍ଚଳରେ ଥିବା ଫ୍ଲାଟରେ ଖୋଡତାଳ କରୁଛି ଭିଜିଲାନ୍ସ ଟିମ୍ ।