ବିଦ୍ୟୁତ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଦ୍ୟୁତ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟ ସମେତ ଏକକାଳୀନ ୫ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ ।

କେନ୍ଦୁଝର ସ୍ଥିତ ଅଫିସ, ଜଗନ୍ନାଥପୁର ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୁଳି ସ୍ଥିତ ଶ୍ବଶୁର ଘର, ଘଟଗାଁରେ ଥିବା ପୈତୃକ ଘରେ ଚଢାଉ ଜାରି ରହିଛି ।  ମହେଶ୍ଵର ସେଠୀ  ନେସ୍କୋ ମିଟର ରିଡିଂ ବିଭାଗର ଏସଡି  ଅଛନ୍ତି  ।  ବାଲେଶ୍ବର ଏଏସପିଙ୍କ ନେତୃତ୍ବରେ ୨ ଡିଏସପି ଓ ୫ ଇନ୍‌ସ୍ପେକ୍ଟର ଚଢ଼ାଉରେ ସାମିଲ ଥିବା ଜଣାପଡିଛି

Leave A Reply

Your email address will not be published.

ବ୍ରେକିଂ