କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଗଜପତି : ଭିଜିଲାନ୍ସ ଜାଲରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାଗେଶ୍ୱର ସେନାପତିଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍‌  ।

ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୬ଟି ଟିମ୍ ମିଳିତ ଭାବରେ ଏହି ଚଢାଉ କରିଛନ୍ତି । ନାଗେଶ୍ୱର ସେନାପତିଙ୍କ ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ତୃତୀୟ ଗଳିରେ ଥିବା ବାସଭବନ, ଗଜପତି ଜିଲ୍ଲାର କାଶୀନଗର ମିନିଗାମରେ ଥିବା ଗୋଟିଏ ଇଟା ଫ୍ୟାକ୍ଟ୍ରି, ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ନିକଟ ନିୟତି ବିହାର ଟାୱାରରେ ରହୁଥିବା ନାଗେଶ୍ୱରଙ୍କ ସମ୍ପର୍କୀୟ ରାମଚନ୍ଦ୍ର ପାତ୍ରଙ୍କ ଘର, ଗଞ୍ଜାମ ଶେରଗଡ଼ର କୁଳଗଡ଼ରେ ପୈତୃକ ବାସଭବନ, ରାୟଗଡ଼ ବ୍ଲକରେ ଥିବା ଅଫିସ୍ ସହ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତିର ଆକଳନ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ