OPHWCର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର (OPHWC) ମ୍ୟାନେଜର । ଓଡିଶା ପୋଲିସ ହାଉସିଂ କର୍ପୋରେସନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍‌ ହୋଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ଏହି ରେଡ଼୍‌ କରୁଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଓଡିଶା ପୋଲିସ ହାଉସିଂ କର୍ପୋରସେନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଜାରି ରହିଛି ।ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ଅଛନ୍ତି । ଭିଜିଲାନ୍ସ ଟିମ୍‌ ଏକା ସାଙ୍ଗେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ଼୍‌ ଜାରି ରହିଛି ।ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ବିସୃତ ତଥ୍ୟ ମିଳିନାହିଁ ।

Leave A Reply

Your email address will not be published.

ବ୍ରେକିଂ