ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପଦ୍ମପୁର: ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ ଜିଲ୍ଲା ଦଇତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନନ୍ଦର ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକକାଳୀନ ଭାବେ ତାଙ୍କ ପଦ୍ମପୁର ସ୍ଥିତ ଘର ଓ ଦହିତା ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇଗୋଟି ଟିମ ଚଢାଉ କରିଛନ୍ତି ।

ଆୟବର୍ହିଭୂତ ସମ୍ପତି ଠୂଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୄତ୍ବରେ ଦୁଇଗୋଟି ଟିମରେ ୨୨ଜଣ ସଦସ୍ୟ ଚଢାଉ କରିଛନ୍ତି । ସେ ବର୍ତ୍ତମାନ ଦହିତା ଗ୍ରାମପାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟକରୁଛନ୍ତି । ଭିଜିଲାନ୍ସ ଟିମ୍‌ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ବିଭିନ୍ନ ଦସ୍ତାବିଜ ଛାନବିନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ