ଭିଜିଲାନ୍ସ ଜାଲରେ ତାଲପାଲି ପିଇଓ

ବରଗଡ଼ :  ଭିଜିଲାନ୍ସ ଜାଲରେ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି  । ପାଣ୍ଡବ ନନ୍ଦଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ପାଣ୍ଡବ ନନ୍ଦଙ୍କ ବିଜେପୁର  ଅନ୍ତର୍ଗତ କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଏବଂ ତାଲପାଲି ପଞ୍ଚାୟତ ଅଫିସରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ 18 ଜଣଙ୍କୁ ନେଇ ଭିଜିଲାନ୍ସର ଦୁଇଟି ଟିମ ତାଙ୍କ ଘର ଓ ତାଲପାଲି  ଅଫିସରେ ଏକା ସଙ୍ଗରେ ଚଢାଉ କରିଛି ।

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଏସଡିପିଓଙ୍କ ନେତୃତ୍ୱରେ ଏହି ଚଡାଉ ହୋଇଛି   । ତେବେ ପାଣ୍ଡବ ନନ୍ଦଙ୍କ ଘର , ଜମିବାଡ଼ି , ସୁନାରୁପା ଓ ବ୍ୟାଙ୍କ ଆକାଉଣ୍ଟର ହିସାବ କରୁଛି ଭିଜଲେନ୍ସ ଟିମ୍‌ । ଆଜି ସନ୍ଧ୍ୟା ସୁଧ୍ୟା ସମ୍ପତିର ଆକଳନ ହୋଇପାରିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ