ଅଙ୍ଗନବାଡ଼ି ଦିଦିଙ୍କ ୪ କୋଟି ସଂପତ୍ତି ଠାବ

ଭୁବନେଶ୍ୱର: ତାଜୁବ କରିଦେଲା ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ତାଲିକା । ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ୪ କୋଟିର ସଂପତ୍ତି ଠାବ ହୋଇଛି । ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଅଙ୍ଗନବାଡି ଦିଦିଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଛି । ଯେଉଁଥିରେ ଭୁବନେଶ୍ୱରରେ ତାଙ୍କର ୪ଟି କୋଠା ରହିଛି । ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲା କୋଠା ରହିଛି ।

ସେହିପରି ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି। ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି। ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି। ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି ।

ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା। ଏହା ପରେ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକ କାଳିନ ଚଢ଼ଉ କରିଥିଲା। ଯାହାଫଳରେ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.

ବ୍ରେକିଂ