୪ ଦିନିଆ ରିମାଣ୍ଡରେ କୁବେର ପିଏସ୍‌ ବିରଞ୍ଚି ସାହୁ

ଭୁବନେଶ୍ୱର: କୋଟିପତି ପିଏସ୍ ବିରଞ୍ଚି ସାହୁଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ଗିରଫ ବିରଞ୍ଚିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। OSSC କାରବାର ସଂପର୍କରେ ପଚରାଉଚରା କରିବ ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ।

ଗତକାଲି ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ମାମଲାରେ ଗିରଫ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ କଳାଧନ ପେଡ଼ିର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି।

Leave A Reply

Your email address will not be published.

ବ୍ରେକିଂ