କ୍ରିକେଟର ସମସ୍ତ ଫର୍ମାଟରୁ ବିନୟ କୁମାରଙ୍କ ଅବସର  

ନୂଆଦିଲ୍ଲୀ: ବିନୟ କୁମାରଙ୍କ ଅବସର । କ୍ରିକେଟର ସମସ୍ତ ଫର୍ମାଟରୁ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର ଅବସର ଘୋଷଣା କରିଛନ୍ତି । ଶୁକ୍ରବାର ସେ ଶୁକ୍ରବାର ସୋଶାଲ ମିଡିଆରେ ଏକ ପୋଷ୍ଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

୨୫ ବର୍ଷ କ୍ୟାରିୟରକୁ ସମାପ୍ତ କରିବା ସହଜ ନ ଥିଲା ବୋଲି ବିନୟ  କହିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ମହାନ ଖେଳାଳିଙ୍କ ସହ ଖେଳିବା ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ୩୭ ବର୍ଷୀୟ ବିନୟ ୨୦୧୦ ମସିହାରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ । ଭାରତ ପକ୍ଷରୁ ବିନୟ  ୩୧ଟି ଦିନିକିଆ ମ୍ୟାଚ୍ ଖେଳି ୩୮ଟି ୱିକେଟ୍ ନେବା ସହ ଟି-୨୦ରେ ମଧ୍ୟ ୯ଟି ମ୍ୟାଚ୍ ଖେଳି ୧୦ଟି ୱିକେଟ୍ ନେଇଛନ୍ତି ।

ଭାରତ ପକ୍ଷରୁ ସେ ମାତ୍ର ଗୋଟିଏ ଟେଷ୍ଟ ଖେଳି ଗୋଟିଏ ୱିକେଟ ହାତେଇଛନ୍ତି । ଏଥିସହ ବିନୟ ତାଙ୍କ କ୍ୟାରିୟରରେ ୧୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ମୋଟ ୫୦୪ଟି ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ