ଇନଷ୍ଟାଗ୍ରାମରେ କୋହଲିଙ୍କ ଫୋଲଅର୍ସ ସଂଖ୍ୟା ୧୫୦ମିଲିୟନ ଛୁଇଁଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀଙ୍କ ନାମରେ ଆଉ ଏକ ରେକର୍ଡ ହୋଇଛି । ତେବେ ଏହି ରେକର୍ଡ କ୍ରିକେଟ୍ ରେ ନୂହେଁ ବରଂ ଇନଷ୍ଟାଗ୍ର୍ରାମର ଫଲୋୟର୍ସ ସହିତ ଜଡ଼ିତ । କୋହଲୀଙ୍କ ଇନଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ୧୫୦ ମିଲିୟନ୍ ରେ ପହଞ୍ଚିଛି ।

ଆଉ ଏହି ରେକର୍ଡ ସହିତ ସେ ଏସିୟା ମହାଦ୍ୱୀପର ପ୍ରଥମ ସେଲିବ୍ରିଟି ବନିଯାଇଛନ୍ତି । ଖାଲି ସେତିକି ନୁହେଁ ଏଥିସହିତ ସେ ପ୍ରଥମ କ୍ରିକେଟର୍ ଯାହାର ୧୫୦ ମିଲିୟନ୍ ଫଲୋୟର୍ସ ହୋଇଛି । ବିରାଟଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ଦେଶ ବାହାରେ ବି ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ