ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

 ସାଉଥଆମ୍ପଟନ: ସାଉଥଆମ୍ପଟନ ଚାଲିଥିବା ଆଇସିସି ବିଶ୍ୱ କ୍ରିକେଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ମ୍ୟାଚରେ ଅଧିନାୟକ ହେବାରେ ସେ ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କୋହଲି ତାଙ୍କ କ୍ୟାରିୟରରେ ଭାରତ ପକ୍ଷରୁ ୬୧ଟି ଟେଷ୍ଟମ୍ୟାଚର ଅଧିନାୟକତ୍ୱ କରିବା ସହିତ ଧୋନିଙ୍କ ରେକର୍ଡ ଭଙ୍ଗ କରିଥିଲେ। ପୂର୍ବରୁ ଧୋନି ଭାରତ ପକ୍ଷରୁ ୬୦ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ।

ସୂଚନାଯୋଗ୍ୟ ଯେ ଧୋନି ୨୦୧୪ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେବା ବିଷୟ ଘୋଷଣା କରିବା ପରେ କୋହଲିଙ୍କୁ ଦଳର ଅଧିନାୟକ କରାଯାଇଥିଲା।

ସେହିପରି କ୍ୟାପଟେନ କୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୭ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୮ରେ ପରାଜିତ ଏବଂ ୧୫ ମ୍ୟାଚ ଡ୍ର ରଖିଛି । କୋହଲି ୬୧ ମ୍ୟାଚରେ ୩୬ ବିଜୟ, ୧୪ ପରାଜୟ ଓ ୧୦ ଡ୍ର ସହ ଭାରତର ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ