କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବେ

ନୂଆଦିଲ୍ଲୀ: ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ଆଗାମୀ ଟି-୨୦ ବିଶ୍ୱକପ୍‌ ପରେ ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବା ନେଇ ଗୁରୁବାର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ବିରାଟ । ତିନୋଟି ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଳାଇବା ଫଳରେ ଅଧିକ ଚାପ ପଡୁଛି  । ତେବେ ପୂର୍ବଭଳି ଦିନିକିଆ ଓ ଟେଷ୍ଟ ମ୍ୟାଚର ଅଧିନାୟକ ରହିବେ ବିରାଟ କୋହଲି । କୋଚ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିରାଟ । ବିସିସିଆଇ ସଭାପତି ଓ ସମ୍ପାଦକଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ବିରାଟ । ତେଣୁ ଦିନିକିଆ ଓ ଟେଷ୍ଟ ପାଇଁ ଅଧିକ ସମୟ ଦେବି ବୋଲି ବିରାଟ କୋହିଲ ସୂଚନା ଦେଇଛନ୍ତି । ବିରାଟ କୋହିଲଙ୍କ ପରେ  ଟି-୨୦ ରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.

ବ୍ରେକିଂ