ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର, ପରୋଜା ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଜୁଲାଇ ୨୫ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @ଟଟ୍ଟଟcଛeଠ, @ଟcଟଟ୍ଟrଟ୍ଟi ଖୋଲି ପରୋଜା ଜନଜାତିଙ୍କର ପାରମ୍ପରିକ ଖାଦ୍ୟ ସଂରକ୍ଷଣ ପଦ୍ଧତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ପରୋଜା ଜନଜାତି ମୁଖ୍ୟତଃ କୃଷିଜୀବୀ ଅଟନ୍ତି । ସେମାନେ ଖାଦ୍ୟ ସଂରକ୍ଷଣ ଓ କୀଟପତଙ୍ଗ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପ୍ରକାରର ପାରମ୍ପରିକ ପଦ୍ଧତି ପ୍ରୟୋଗ କରିଥାଆନ୍ତି । ଏହି ପଦ୍ଧତି ବୈଷୟିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ସହଜସାଧ୍ୟ ଅଟେ । ଏହି ପାରମ୍ପରିକ ପଦ୍ଧତିକୁ ଅବଲମ୍ବନ କରି ସେମାନେ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ପନିପରିବା, ଛତୁ ଓ ମାଛଚାଷ କରିବା ସହ ସେଗୁଡ଼ିକ ସଂରକ୍ଷଣ କରିରଖିଥା’ନ୍ତି ।

ପରୋଜା ଜନଜାତି ହାଇବି୍ରଡ୍‌ ମଂଜିର ଉପଯୋଗ କରନ୍ତି ନାହିଁ । ଚାଷ କାର୍ଯ୍ୟରେ ପରୋଜା ଜନଜାତି ଜୈବିକ ସାର ବ୍ୟବହାର କରିଥା’ନ୍ତି । ବର୍ଷ ବର୍ଷ ଧରି ପରୋଜା ଜନଜାତିର ବ୍ୟକ୍ତିମାନେ ଦେଶୀୟ ପଦ୍ଧତିରେ ଖାଦ୍ୟ ସଂରକ୍ଷଣ କରିଆସୁଛନ୍ତି ।

ଏହି ଚଳଚ୍ଚିତ୍ର ଭିଡ଼ିଓରେ ପରୋଜା ଜନଜାତି ସଂପ୍ରଦାୟ କିଭଳି ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ବିବିଧତାକୁ ଦେଶୀୟ କୌଶଳ ଦ୍ୱାରା ସୁନ୍ଦର ଭାବେ ସଂରକ୍ଷଣ କରିପାରୁଛନ୍ତି, ତାହାକୁ ଦର୍ଶକମାନେ ଦେଖିପାରିବେ । ଆଧୁନିକ କୃଷିବିଜ୍ଞାନ, ଜୈବବିବିଧତାର ପ୍ରାଧାନ୍ୟକୁ ଉପଲବ୍ଧି କରିବାର ବହୁପୂର୍ବରୁ ପରୋଜା ଜନଜାତି ଏହାକୁ ଅନୁଶୀଳନ କରିପାରିଥିଲେ । ପରୋଜା ଜନଜାତିଙ୍କ ଖାଦ୍ୟ ସଂରକ୍ଷଣ ପଦ୍ଧତି ଏବେ କୃଷି ବିଜ୍ଞାନୀଙ୍କ ପାଇଁ ଗବେଷଣାର ବିଷୟବସ୍ତୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ