ଏପ୍ରିଲ ୨୨ରେ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟାଙ୍କ ବିବାହ

ନୂଆଦିଲ୍ଲୀ: ପୁର୍ନ ବିବାହ କରିବାକୁ ଯାଉଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ଜ୍ଵାଲା ଗୁଟ୍ଟା।  ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ ଶୀଘ୍ର ହାତକୁ ଦି ହାତ ଯାଉଛନ୍ତି ଜ୍ୱାଲା ଗୁଟ୍ଟା । ଏହି ଖୁସି ଖବର ସେ ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି । ଆସନ୍ତା ୨୨ ତାରିଖରେ ଭାବି ସ୍ୱାମୀ ବିଷ୍ଣୁ ବିଶାଲଙ୍କୁ ବିବାହ କରିବେ ଜ୍ୱାଲା। ଏନେଇ ସେ ନିଜେ ଏହି ସୂଚନା ଦେଇଛନ୍ତି ।

ତେବେ କରୋନା କଟକଣା ମଧ୍ୟରେ ତାଙ୍କର ବିବାହ ଅନୁଷ୍ଠିତ ହେବ । ଏହି ବିବାହ ଉତ୍ସବରେ  କେବଳ ତାଙ୍କ ନିକଟ ସମ୍ପର୍କୀୟ ଲୋକମାନେ ହିଁ ସାମିଲ ହେବେ ବୋଲି ସେ କହିଛନ୍ତି । ସେହିପରି ଏହି ଫଟୋରେ ତାଙ୍କ ବିବାହ ସହ ଜଡିତ ସମସ୍ତ କାର୍ଯ୍ୟକ୍ରମର ସୂଚୀ ମଧ୍ୟ ରହିଛି ।

ସୂଚନାଯୋଗ୍ୟ  ଜ୍ୱାଲା ଗୁଟ୍ଟା ଓ ବିଷ୍ଣୁ ବିଶାଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଜ୍ୱାଳା ଏବଂ ବିଷ୍ଣୁଙ୍କ ନିର୍ବନ୍ଧ ହୋଇଥିଲା। ଜ୍ୱାଳାଙ୍କ ଏହା ହେଉଛି ତାଙ୍କର ଦ୍ୱିତୀୟ ବିବାହ। ୨୦୦୫ରେ ସେ, ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ପ୍ରଥମଥର ପାଇଁ ବିବାହ କରିଥିଲେ। ଏହାପରେ ୨୦୧୧ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

ସେହିପରି ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କ ପଥମ ପତ୍ନୀଙ୍କ ନାଁ ରଜନୀ ନଟରଜ, ତାଙ୍କର ଗୋଟିଏ ପୁଅ ମଧ୍ୟ ଥିବା ସୂଚନା ରହିଛି।କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ ସମ୍ପର୍କୀୟମାନେ କେବଳ ଏଥିରେ ସାମିଲ ହେବେ । ଇନଷ୍ଟାଗ୍ରାମରେ ଜ୍ୱାଲା ବିବାହ କାର୍ଡ ଶେୟାର କରିଛନ୍ତି ।

ଏବେଠାରୁ ବିଭିନ୍ନ ମହଲରୁ ଏହି ଦୁଇ ଜଣଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଜ୍ୱାଲା ଏବଂ ବିଷ୍ଣୁ ଦୀର୍ଘ ଦିନ ପରସ୍ପରକୁ ଭଲ ପାଉଥିଲେ । ଗତବର୍ଷ ସେପ୍ଟେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ