ତୈଳ ଦର ବୃଦ୍ଧିକୁ ନେଇ ବିଜେଡି-ବିଜେପି କଳି

 ଭୁବନେଶ୍ୱର: କ୍ରମାଗତ ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ତୈଳ ଦର ବୃଦ୍ଧିକୁ ନିନ୍ଦା କରୁଛୁ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ଏହାଛଡ଼ା ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଏବେ ଲଗାତାରଭାବେ ୧୬ ଥର ତୈଳ ଦାମ ବଢିଲାଣି । କେନ୍ଦ୍ର ସରକାର ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବଢାନ୍ତୁ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି । ସବୁଵର୍ଗର ଲୋକ ଏଖିରେ ପ୍ରଭାବିତ ହେଉଛନ୍ତି । ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ । କିନ୍ତୁ ଲଗାତାର ଭାବେ ୧୬ ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ କୃଷି ସେସ ଉପରେ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ । କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ ।

ଅନ୍ୟପକ୍ଷରେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଯତୀନ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ନଦେଇ ନିଜ ଟିକସ ପ୍ରଥମେ ଛାଡ଼ କରନ୍ତୁ । ଏସଡିଜି ରିପୋର୍ଟରେ ରାଜ୍ୟ ସରକାର ନିନ୍ଦା ଓ ଅପବାଦର ସମ୍ମୁଖୀନ ହୋଇଛନ୍ତି । ଯୁବ ବର୍ଗଙ୍କୁ ଟିକାକରଣରେ ଅପଦସ୍ତ ହେବା ପରେ ତୈଳ ଦର ବୃଦ୍ଧିକୁ ବାହାନା କରି ନଜର ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି ।

ବଢୁଥିବା ତେଲ ଦର ସାରା ଦେଶବାସୀଙ୍କ ପକେଟ ଉପରେ ପ୍ରଭାବ ପକାଉଛି । ତେଲ ଦର ବଢୁଛି, ତାସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଯାହାକୁ ନେଇ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ନେତା ସଞ୍ଜୟଦାସ ବର୍ମା ।

Leave A Reply

Your email address will not be published.

ବ୍ରେକିଂ