ୱାସିମ୍ ଜାଫର ଓଡ଼ିଶା ରଣଜୀ କ୍ରିକେଟ ଦଳର ନୂତନ କୋଚ୍

କଟକ: ୱାସିମ୍ ଜାଫର ହେଲେ ଓଡ଼ିଶା ରଣଜୀ କ୍ରିକେଟ ଦଳର ନୂତନ କୋଚ୍ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ୱାସିମ୍ ୨ ବର୍ଷ ଧରି ଓଡ଼ିଶା ରଣଜୀ ଟିମର କୋଚ୍ ଦାୟିତ୍ୱ ତୁଲାଇବେ ।

୪୩ ବର୍ଷୀୟ ୱାସିମ୍ ୩୧ ଟେଷ୍ଟ ଏବଂ ୨ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ରଣଜୀରେ ସବୁ ବର୍ଗକୁ କୋଚିଂ ଦେବେ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ହେଉଛନ୍ତି ୱାସିମ୍ ଜାଫର । ୱାସିମ୍ ଜାଫର ବାଂଲାଦେଶ ଟିମ, କିଙ୍ଗ୍ସ ୧୧ ପଞ୍ଜାବ ଓ ଆଇପିଏଲରେ ବ୍ୟାଟିଂ କୋଚ ଭାବେ ପ୍ରଶିକ୍ଷଣ ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ