ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ ବଟମ’ର ଟ୍ରେଲର ରିଲିଜ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବେଲ ବଟମର ଟ୍ରେଲର ରିଲିଜ ହୋଇଛି। ଏହା ଏକ ଡିଟେକ୍ଟିଭ୍ ଫିଲ୍ମ ଯାହାର କାହାଣୀ ୮୦ ଦଶକର । ଏହି ଚଳଚ୍ଚିତ୍ରରେ ଅକ୍ଷୟ ସିକ୍ରେଟ ଏଜେଣ୍ଟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବାଣୀ କପୁର, ହୁମା କୁରେଶି ଏବଂ ଲାରା ଦତ୍ତା ମଧ୍ୟ ନଜର ଆସିବେ।

ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ରିଲିଜକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ବେଲ୍ ବଟମ୍  ଅଗଷ୍ଟ ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ଲକଡାଉନରେ ଶୁଟିଂ କରାଯାଇଥିଲା ଏବଂ ଏହାର ଶୁଟିଂ ଦେଢ ମାସ ମଧ୍ୟରେ ଶେଷ ହୋଇଥିଲା ।

ବେଲ ବଟମ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ଏମ ତିୱାରୀ ।  ଏହା ଏକ ସ୍ପାଏ ଥ୍ରିଲର ଫିଲ୍ମ । ଏହାର ପ୍ରଯୋଜକ ହେଉଛନ୍ତି ବସୁ ଭାଗନାନୀ, ଜ୍ୟାକି ଭାଗନାନୀ,ଦୀପଶିଖା ଦେଶମୁଖ, ମନିଶା ଆଡଭାନୀ ଓ ମଧୁ ଭୋଜୱାନି ।

Leave A Reply

Your email address will not be published.

ବ୍ରେକିଂ