ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅଲ୍ପନ ବନ୍ଦୋପାଧ୍ୟାୟଙ୍କ ଅବସର

କୋଲକାତା:  ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ଭିତରେ ବିବାଦ ଉପୁଜିବା ପରେ ଆଜି ସେ ତାଙ୍କ ପଦରୁ ଅବସର ନେଇଛନ୍ତି । ଆଜି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସହିତ ଅଲ୍ପନ , ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ବନିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ୟାସର ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସିବା ସହିତ ଅଳ୍ପ କିଛି ସମୟ ଆଲୋଚନା କରି ଫେରିଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ତାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ବିଜ୍ଞପ୍ତି ଜାରି କରିିଥିଲେ । ଏହାକୁ ମମତା ବାନାର୍ଜୀ ବିରୋଧ କରିବା ସହିତ ଅଲ୍ପନଙ୍କୁ ଦିଲ୍ଲୀ ଫେରାଇନନେବାକୁ କହିଥିଲେ ।

Leave A Reply

Your email address will not be published.

ବ୍ରେକିଂ