ବୁଧବାର ରାଶିଫଳ

ମେଷ: ପାରସ୍ପରିକ ବୁଝାମଣା ସଠିକ ରଖି ପାରିବେ । ଅମ୍ଲ ଅର୍ଶାଦି ପୀଡା ଭୋଗର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ଶାସକୀୟ ସହାୟତା ପାଇବେ । ଦୂର ସଂପର୍କରୁ ଲାଭ, ଉଦ୍ୟମ ସଫଳ ତଥା ଧର୍ମ କର୍ମରେ ଅଧିକ ବିଶ୍ବାସୀ ହେବେ ।

ବୃଷ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଅପରାହ୍ନ ପର୍ଯ୍ୟନ୍ତ ଶୁଭ ନୁହେଁ । ଯାତ୍ରାରେ ଆଘାତ, ବନ୍ଧୁ ଅପ୍ରିୟ, ପାରିବାରିକ ମନାନ୍ତର, ଉଦବେଗ ବୃଦ୍ଧି ଓ ଦୈହିକ ସ୍ବାସ୍ଥ୍ୟରେ ଅବନତି ଘଟିବ । ମେସିନାରୀ ଦ୍ରବ୍ୟର ବ୍ୟବସାୟରେ ସଫଳ ହେବେ । ଧର୍ମ ନିଷ୍ଠା ବଢିବ ।

ମିଥୁନ: ଦେହ ଓ ମନରେ ସୁସ୍ଥ ରହିବେ । ସାମାଜିକ ସମ୍ମାନ, ପ୍ରତିଭାର ବିକାଶ, ସୁବିଧା ସୁଯୋଗ ପ୍ରାପ୍ତି, ସୁଖ ଭ୍ରମଣ ଓ ଧର୍ମ କର୍ମରେ ନିଷ୍ଠାପର ହେବେ । ସୌଖୀନ ଦ୍ରବ୍ୟର ବ୍ୟବସାୟ ଲାଭରେ ଚାଲିବ । ରାଜନୀତି କ୍ଷେତ୍ରରେ ନିରୁପ ଦ୍ରବ ହେବ ।

କର୍କଟ: ପାରିବାରିକ ପରିବେଶରେ ଶାନ୍ତି ସନ୍ତୋଷ ପାଇବେ । ଆଶା କରି ନଥିବା ସହଯୋଗ କର୍ମ କ୍ଷେତ୍ରରେ ଉପଲବ୍ଧ ହେବ । ଲୋକ ସଂପର୍କ ବୃଦ୍ଧି, ଲେଖା ପଢାରେ ଆଗ୍ରହ, ବ୍ୟବସାୟିକ କ୍ଷେତ୍ର ବୃଦ୍ଧି ଘଟିବ । ସାଧାରଣ ଦେହପୀଡା ଭୋଗ ହେବ ।

ସିଂହ: ଛୋଟ ଛୋଟ କଥାରେ ତର୍କ ବିତର୍କ ମନରେ ଅଶାନ୍ତି ବଢାଇବ । ନିମ୍ନ ବର୍ଗରୁ ସହଯୋଗ ପାଇବେ । ସେବା ପରାୟଣ, କର୍ମ କୁଶଳତା, ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । ଅପରାହ୍ନ ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେତୁ ସମୟ ଶୁଭ ନୁହେଁ୤

କନ୍ୟା:ପାରିବାରିକ ସ୍ଥ଄ତି ବିଶୃଙ୍ଖଳିତ ରହିବ୤ ଦୀର୍ଘ ସ୍ଥାୟୀ ଅସୁସ୍ଥତା ବଢିପାରେ୤ କର୍ମ କ୍ଷେତ୍ରରେ ଖୋଜୁଥÒବା ସହଯୋଗ ମିଳିବ ନାହିଁ୤ ଆର୍ଥÒକ ଅନାଟନ, ଯାତ୍ରାରେ କ୍ଷତି, ବନ୍ଧୁ ବାନ୍ଧବରେ ଅପ୍ରିୟ ଓ ରାଜନୀତିରେ ସମ୍ମାନ ମିଳିବ ।

ତୁଳା: ଅପରାହ୍ନ ୪ ଘ ୫୨ ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗର ସମୟ । ଆତ୍ମସନ୍ତୋଷ କମ ମିଳିବ । ପାରିବାରିକ କ୍ଷେତ୍ରରେ ଶୃଙ୍ଖଳା ହାନୀ, ବିବାଦ ବିତର୍କ, ଅର୍ଥ ବ୍ୟୟ ଦୈହିକ କ୍ଲାନ୍ତି ଅବସନ୍ନତା ବଢିବ । ଆଧ୍ୟାତ୍ମିକତାର ଅଭାବ ବୋଧ ଆସିପାରେ ।

ବିଛା: କର୍ମ କ୍ଷେତ୍ରରେ ସଠିକ ଦାୟିତ୍ୱ ନିର୍ବାହ କରିବେ । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହ ମନାନ୍ତର ଆସିପାରେ । ଅର୍ଥ ଭାଗ୍ୟ ସନ୍ତୋଷ ଜନକ ନୁହେଁ । ଉତ୍ସବ ଅନୁଷ୍ଠାନରେ ସକ୍ରିୟ ଭାଗ ନେବେ । ପିତୃ ମାତୃ ସ୍ନେହ ସଦିଚ୍ଛା ଲାଭ ହେବ ।

ଧନୁ: ଦିନଟି ସବୁ ଦିଗରୁ ଶୁଭ ପ୍ରଦାୟକ ହେବ । ପ୍ରିୟଜନ ମାନଙ୍କ ସହିତ ମାନ ମନାନ୍ତର ଥିଲେ ତାହା ଦୂର କରି ପାରିବେ । ସୌଖୀନ ଉପହାର ପ୍ରାପ୍ତି, ସାମାଜିକ ପ୍ରତିଷ୍ଠା ଓ ଦୂର ଯାତ୍ରା ଯଥା ସମ୍ଭବ ସ୍ଥଗିତ ରଖିବା ଭଲ ।

ମକର: ବ୍ୟସ୍ତ ବିବ୍ରତ ବୋଧ ମଧ୍ୟରେ ଦିନଟି ଅତିବାହିତ ହେବ । ସନ୍ତାନସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ଅଣ୍ଟା ପିଠିରେ ବ୍ୟଥା, ସାମାଜିକ ସମାଲୋଚନା ମୂଲ୍ୟବାନ ଦ୍ରବ୍ୟ କ୍ରୟରେ ବ୍ୟୟ ଓ ବ୍ୟବସାୟିକ କ୍ଷେତ୍ରରେ ଅଂଶଧନ ବଢିବ ।

କୁମ୍ଭ: ଘାତଚନ୍ଦ୍ର ଭୋଗ ହେବ ଅପରାହ୍ନ ୪ ଘ ୫୨ମି. ପର୍ଯ୍ୟନ୍ତ । ମନରେ ଅଶାନ୍ତି, ଶତ୍ରୁ ବେଷ୍ଟିତ, ସାମାଜିକ ପ୍ରତିଷ୍ଠା ହାନୀ, କର୍ମ କ୍ଷେତ୍ରରେ ବିରୋଧର ସାମ୍ନା କରିବେ । ଦେବାଦେବୀ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ଲୋକ ସଂପର୍କ ବଢିବ ।

ମୀନ: କର୍ମ କ୍ଷେତ୍ରରେ ପଦ ମର୍ଯ୍ୟାଦା ବଢିବ । ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ । ଧର୍ମ କର୍ମରେ ନିଷ୍ଠା, ଯାତ୍ରାରେ ମଙ୍ଗଳ, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ସ୍ବାଧୀନତା, ପାରିବାରିକ ସନ୍ତୋଷ ଓ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଆସିବ ।

Leave A Reply

Your email address will not be published.

ବ୍ରେକିଂ