ବୁଧବାର ରାଶିଫଳ

ମେଷ: ସୁପରିକଳ୍ପିତ ଯୋଜନା ଅନୁସାରେ କାର୍ଯ୍ୟ ସମ୍ପାଦନ କରିବେ । ସଫଳ ହେବେ । ସ୍ୱାର୍ଥ ସର୍ବସ୍ୱ ବନ୍ଧୁମାନେ ପରୋକ୍ଷରେ ସମାଲୋଚନା କରିପାରନ୍ତି । ଶୁଭଙ୍କର ହେବ ଦୂରଯାତ୍ରା । ରାଜନୀତିରେ ନୀତିନିଷ୍ଠତା, ଆସନ ପ୍ରାପ୍ତି ଯୋଗ ।

ବୃଷ: ସମସ୍ତ ବିଦ୍ୟା ବୁଦ୍ଧି ପ୍ରୟୋଗ ପରେ ମଧ୍ୟ କର୍ମରେ ସଫଳ ହେବା କଷ୍ଟକର ହେବ । ପରିବାରରେ ମନୋମାଳିନ୍ୟ, କାର୍ଯ୍ୟରେ ପ୍ରତିବନ୍ଧକ, ଯାନବାହନରେ ବ୍ୟୟ, ଲୋକ ସମ୍ପର୍କ ହାନୀ ଓ ରାଜନୀତିରେ ପ୍ରତିଷ୍ଠା ହ୍ରାସ ଘଟିବ ।

ମିଥୁନ: ଦିନଟି ସବୁ ଦିଗରୁ ଶୁଭ ପ୍ରଦାୟକ ହେବ । ଯାନ କ୍ରୟ ବିକ୍ରୟରେ ଲାଭ ପାଇବେ । ପାରିବାରିକ ସୁଖ ସନ୍ତୋଷ, ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି, ବନ୍ଧୁ ସହଯୋଗ, ଈଶ୍ୱର ନିଷ୍ଠା ଓ କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢ଼ାଇବେ ।

କର୍କଟ: ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ଭୋଗ ବିଳାସ ସାମଗ୍ରୀ ଲାଭ, ବାମ ପାର୍ଶ୍ୱରେ ପୀଡ଼ା, ପାରିବାରିକ ସହଯୋଗ, କର୍ମକ୍ଷେତ୍ରରେ ପଦସ୍ଥ କର୍ମକର୍ତ୍ତାଙ୍କ ଅନୁଗ୍ରହ ଓ ଆର୍ଥିକ ସ୍ୱଚ୍ଛଳତା ବଜାୟ ରହିବ ।

ସିଂହ: ସମସ୍ୟା ଘେରରୁ ମୁକ୍ତ ରହିବେ । ମାନସିକ ଶାନ୍ତି ସନ୍ତୋଷ ମିଳିବ । କର୍ମରେ ଶୃଙ୍ଖଳା, ଉଚ୍ଚବର୍ଗ ସହିତ ସୁସମ୍ପର୍କ, ପରୋପକାରରେ ଆତ୍ମସନ୍ତୋଷ, ଯାତ୍ରା ଶୁଭ, ଉଚ୍ଚ ଅଭିଳାଷ ପୂରଣ ପାଇଁ ପ୍ରଚେଷ୍ଟା ଜାରି ରଖିବେ ।

କନ୍ୟା: କର୍ମ କ୍ଷେତ୍ରରେ ଦୃଢ଼ ବିରୋଧର ସାମ୍ନା କରିବାକୁ ପଡ଼ିପାରେ । ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ହ୍ରାସ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ସନ୍ତୋଷ ମିଳିବ । ଆଧ୍ୟାତ୍ମିକ କ୍ଷେତ୍ରରେ ନିଷ୍ଠା, ବିବାଦଠାରୁ ଦୂରରେ ରହିବା ଭଲ ।

ତୁଳା: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ପରସ୍ପର ବିରୋଧ ଚିନ୍ତାଧାରା ମନର ଶାନ୍ତି ନଷ୍ଟ କରିବ । ପିଲାମାନଙ୍କ ପାଇଁ ବ୍ୟସ୍ତତା ବଢ଼ିବ । କର୍ମ ପ୍ରେରଣା ହ୍ରାସ, ଅର୍ଥାଗମ ସହିତ ସଦ ବିନିଯୋଗ ମଧ୍ୟ କରିବେ । ଧର୍ମ ନିଷ୍ଠା ବୃଦ୍ଧି ।

ବିଛା: ଦେହ ପ୍ରାୟତଃ ସୁସ୍ଥ ରହିବ । ବନ୍ଧୁ ପରିଜନମାନଙ୍କ ସହିତ ମତର ଅମେଳ ଆସିପାରେ । ଲକ୍ଷ୍ୟ ପୂରଣରେ ବିଳମ୍ବ, ଗଠନମୂଳକ ପରାମର୍ଶ ପ୍ରାପ୍ତି, ଆୟ ଅପେକ୍ଷା ବ୍ୟୟ ବୃଦ୍ଧି, ଈଶ୍ୱର ଆରାଧ୍ୟନା ଓ ଉଚ୍ଚବର୍ଗର ସହଯୋଗ ଲାଭ ।

ଧନୁ: ଶ୍ରୀ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ ପ୍ରଭାବକ ହେବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି, ପାରସ୍ପରିକ ଉତ୍ତମ ବୁଝାମଣା, ସଜ୍ଜନ ସମ୍ପର୍କ, ପୂଜା ପାର୍ବଣରେ ଆଗ୍ରହ, ଦାମ୍ପତ୍ୟ ସୁଖ, କର୍ମ କ୍ଷେତ୍ରରେ ସାମାନ୍ୟ ମତ ପାର୍ଥକ୍ୟ ଓ ଯାତ୍ରା ଶୁଭର ସମ୍ଭାବନା ।

ମକର: କୌଣସି ବ୍ୟକ୍ତି ବିଶେଷଙ୍କଠାରୁ ଅପ୍ରତ୍ୟାଶିତ ଭାବରେ ସହଯୋଗ ପାଇବେ । ନିଜର ଭ୍ରମାତ୍ମକ ବିଚାର ଯୋଗୁ ଅଧିକ ବ୍ୟୟର ସାମ୍ନା କରିବେ । ଶୁଭ ମଙ୍ଗଳ କାର୍ଯ୍ୟ ତ୍ୱରାନ୍ୱିତ ହେବ । ନିମ୍ନ ଅଙ୍ଗରେ ସ୍ୱାସ୍ଥ୍ୟ ସମସ୍ୟା ଭୋଗ ହେବ ।

କୁମ୍ଭ: ଘାତଚନ୍ଦ୍ର ଭୋଗ ପାଇଁ ଦିନଟି ଅଶୁଭ ଫଳ ଦାୟକ ହେବ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, କର୍ମ କ୍ଷେତ୍ରରେ ସହଯୋଗ, ଦେବ କାର୍ଯ୍ୟରେ ନିଷ୍ଠା, ଦୂର ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ହିତକର । ଗୁରୁ ଦ୍ୱିଜ ଭକ୍ତି ବଢ଼ିବ ।

ମୀନ: କର୍ମ କ୍ଷେତ୍ରରେ ମାନ ସମ୍ମାନ ଉପରେ ପ୍ରଶ୍ନ ଆସିପାରେ । ପୁରାତନ ରୋଗ ପୀଡ଼ା ସାମୟିକ ଭାବରେ ଭୋଗ ହେବ । ପରିବାରରେ ଉତ୍ତମ ବୁଝାମଣା, ଯାତ୍ରାରେ ଶୁଭ, ନିର୍ମାଣ କାର୍ଯ୍ୟରେ ସଫଳତା ଓ ଉଦ୍ୟମ ସଫଳ କରିବେ ।

Leave A Reply

Your email address will not be published.

ବ୍ରେକିଂ