ବୁଧବାର ରାଶିଫଳ

ମେଷ: ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥିତି ପ୍ରତିକୂଳରେ ଚାଲିବ । ମନରେ ବିଭ୍ରାନ୍ତି, ଦୂର ଯାତ୍ରାରେ କ୍ଷତି, ବନ୍ଧୁ ପ୍ରିୟଜନରେ ମାନ ମନାନ୍ତର ଆସିପାରେ । କର୍ମକ୍ଷେତ୍ରରେ ପ୍ରୋତ୍ସାହନ ପାଇବେ । ନିଜସ୍ୱ ଚିନ୍ତାଧାରାକୁ ସବୁବେଳେ ମାନ୍ୟତା ଦେବା ଉଚିତ ।

ବୃଷ: ସ୍ୱାସ୍ଥ୍ୟହାନୀର ଆଶଂକା ନଥିଲେ ମଧ୍ୟ ମାନସିକ ଅସନ୍ତୋଷ ଲାଗି ରହିବ । ଯାନ କ୍ରୟ ବିକ୍ରୟରେ ଲାଭ, ଅର୍ଥାଗମ, ପାରିବାରିକ ସନ୍ତୋଷ, ଖାଦ୍ୟପେୟରେ ନିୟମିତତା, ବ୍ୟବସାୟରେ କାରବାର ବୃଦ୍ଧି ଓ ଯାତ୍ରାରେ ଶୁଭଯୋଗ ମିଳିବ ।

ମିଥୁନ: ଆହାର ବିହାରରେ ଅନିୟମିତତା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ବନ୍ଧୁବାନ୍ଧବରେ ମନାନ୍ତର, କର୍ମକ୍ଷେତ୍ରରେ ବିରୋଧ ଓ ଆର୍ଥିକ ଦୁର୍ବଳତା ଭୋଗ ହେବ । ଦୂର ସଂପର୍କରୁ ସହଯୋଗ ଓ ଦେବାଦେବୀ କାର୍ଯ୍ୟରେ ଆଗ୍ରହ ବଢିବ ।

କର୍କଟ: ମାନସିକ ସ୍ଥିତି ସୁଦୃଢ ରହିବ । ନିମ୍ନ ଅଙ୍ଗରେ ବ୍ୟଥା, କର୍ତ୍ତବ୍ୟ କର୍ମ ନିଷ୍ଠାର ସହିତ ସଂପାଦନ କରିବେ । ପରିବାରରେ ସହଯୋଗ, ସହୃଦୟତା ଓ ଧର୍ମ କର୍ମରେ ଅନୁପ୍ରେରିତ ହେବେ । ରାଜନୀତିରେ ସମ୍ମାନଜନକ ସ୍ଥିତି ରହିବ ।

ସିଂହ: ଗୃହ ଜଞ୍ଜାଳ ବିଭକ୍ତିକର ମନେ ହୋଇପାରେ । ଅଧିକ ପରିଶ୍ରମ ଜନିତ କ୍ଲାନ୍ତି ଅବସାଦ ବଢିବ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା, ବୃଥା ବ୍ୟୟ, ବଚନର ଗୁରୁତ୍ୱ ହ୍ରାସ ଓ ଦ୍ରବ୍ୟ କ୍ରୟର ଆଶଂକା ଅଧିକ । ସଜ୍ଜନ ସଂପର୍କରେ ଆସିବେ ।

କନ୍ୟା: ପରିବେଶ ପରିସ୍ଥିତିକୁ ସଠିକ ଆକଳନ କରିବା କଷ୍ଟକର ହେବ । କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତି ଆସିପାରେ । ପ୍ରିୟଜନଙ୍କ ବିରୋଧ, ବସ୍ତ୍ରାଦି ଆଭୂଷଣ ଲାଭ, ସନ୍ତାନ ସନ୍ତତି ସୁଖ, ଧର୍ମ କର୍ମରେ ନିଷ୍ଠା ଓ ଯାତ୍ରାରେ ଶୁଭଫଳ ପାଇବେ ।

ତୁଳା: ପ୍ରିୟ ପରିଜନଙ୍କ ପାଇଁ ବ୍ୟସ୍ତତା ବଢିବ । ପରିବାରରେ ମତର ଅମେଳ ଆସିବ । କର୍ମ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିପାରିବେ । ଆର୍ଥିକ ସ୍ୱଚ୍ଛଳତା ଅପରିବର୍ତ୍ତିତ ରହିବ । ସନ୍ଧ୍ୟା ୭ ଘ ୧୪ ମି. ଠାରୁ ଘାତଚନ୍ଦ୍ର ଭୋଗ ହେତୁ ସମୟ ଅଶୁଭ ।

ବିଛା: ସନ୍ଧ୍ୟା ୭ ଘ ୧୪ମି. ପର୍ଯ୍ୟନ୍ତ କଲ୍ୟାଣ ଚନ୍ଦ୍ର ଭୋଗ ହେବ । ମନରେ ଶାନ୍ତି ସନ୍ତୋଷ ପାଇବେ । ଭୂମି ସମସ୍ୟା ସମାଧାନ, ସାହସିକ ପଦକ୍ଷେପ ଗ୍ରହଣ, ଦେହାଭୋଗ୍ୟ ଓ ପିତୃମାତୃ ସୁଖ କାରକ ହେବେ । ପୂଜାପାଠ ପ୍ରତି ସ୍ବତନ୍ତ୍ର ଋଚି ରଖିବେ ।

ଧନୁ: ଆୟ ଅପେକ୍ଷା ଅଧିକ ବ୍ୟୟ କରିବେ । ସଞ୍ଚୟ ଜମା ହ୍ରାସ ହୋଇପାରେ । ଧୀର ସ୍ଥିର ଚିତ୍ତରେ ସିଦ୍ଧାନ୍ତ ନେବା ହିତକର । କର୍ମକ୍ଷେତ୍ରରେ ସମସ୍ୟା ବିଜଡିତ ହେବେ । ସନ୍ତାନ ସନ୍ତତି ସୁଖ, ଧର୍ମ ଭାବନା ଓ ସତ ପରାମର୍ଶ ପାଇବେ ।

ମକର: ଦୂରଯାତ୍ରା କାର୍ଯ୍ୟକ୍ରମରେ ସଫଳ ହେବେ । ଗୃହୋପକରଣ କ୍ରୟ, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସଂପୃକ୍ତି, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ, ଥଣ୍ଡା ସର୍ଦ୍ଦିର ଉପସର୍ଗ, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ଓ ରାଜନୈତିକ କ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ ।

କୁମ୍ଭ: କର୍ମ କ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି, ସମ୍ମାନଜନକ ସ୍ଥିତି, ଚିନ୍ତାମୁକ୍ତି ଓ ଧର୍ମକର୍ମ ପ୍ରତି ଅଧିକ ନିଷ୍ଠା ରହିବ । ଗୃହରେ ମଙ୍ଗଳ କାର୍ଯ୍ୟାରମ୍ଭ କରିବେ । ସଜ୍ଜନ ସଂପର୍କରୁ ଅନୁଗୃହୀତ ହେବେ । ସନ୍ଧ୍ୟା ୭ ଘ ୧୪ମି. ଠାରୁ ଘାତଚନ୍ଦ୍ର ଭୋଗ ହେବ ।

ମୀନ: ପ୍ରଚଳିତ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । ସୁଖ ଭ୍ରମଣ, ତୀର୍ଥ ଦର୍ଶନ, ଗୃହରେ ଅତିଥି ଚର୍ଚ୍ଚା ଓ ଗୁରୁଦେବତା ଭକ୍ତି ରହିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ସହିତ ଉଚ୍ଚବର୍ଗ ସହିତ ସୁସଂପର୍କରେ ଅଭିବୃଦ୍ଧି ଆସିବ ।

Leave A Reply

Your email address will not be published.

ବ୍ରେକିଂ