ବୁଧବାର ରାଶିଫଳ

ମେଷ: ଆବଶ୍ୟକତାଠାରୁ ଅଧିକ ବ୍ୟୟରେ କାର୍ଯ୍ୟ ସାଧନ କରିବେ । ଦୂରଯାତ୍ରାରେ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିବ । ଧାତୁ ଦ୍ରବ୍ୟାଦି କ୍ରୟ, ପ୍ରିୟଜନଙ୍କ ଶୁଭେଚ୍ଛା, କୁଟୁମ୍ବ ସୁଖ ଓ ଆତ୍ମସମ୍ମାନ ରକ୍ଷା ହେବ । ବ୍ୟବସାୟିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।

ବୃଷ: ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିବେ । ଭୂସମ୍ପତ୍ତି ପ୍ରାପ୍ତି, ଯାତ୍ରା ଶୁଭ, ଗୁରୁଜନଙ୍କ ଆଶୀର୍ବାଦ ତଥା ଧର୍ମାନୁଷ୍ଠାନ ସହ ସମ୍ପୃକ୍ତି ବଢ଼ିବ । ବାଣିଜ୍ୟରେ ନୂତନ ଉଦ୍ୟୋଗ ଆରମ୍ଭ ପାଇଁ ଶୁଭ ସମୟ । ପୁରାତନ ରୋଗ ପୀଡ଼ା ହ୍ରାସ ହେବ ।

ମିଥୁନ: ମାନସିକ ଅସ୍ଥିରତାରୁ ଯଥା ସମ୍ଭବ ମୁକ୍ତ ରହିବେ । ଅଭିଳଷିତ କାର୍ଯ୍ୟଧାରା ସୁପରିଚାଳିତ ହେବ । ସହକର୍ମୀଙ୍କ ସମର୍ଥନ, ଉଚ୍ଚ ସମ୍ପର୍କରେ ଉନ୍ନତି, ବନ୍ଧୁବତ୍ସଳତା, ପାରିବାରିକ ସୁଖ ସନ୍ତୋଷ ମିଳିବ । ଦୂରଯାତ୍ରାରେ ସଫଳ ହୋଇପାରନ୍ତି ।

କର୍କଟ: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ପାରିବାରିକ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମିଳିବ । ଦୈହିକ ସ୍ୱାସ୍ଥ୍ୟରେ କ୍ରମ ଉନ୍ନତି, ପ୍ରେରଣା ତଥା ଆଶୀର୍ବାଦ କର୍ମ ଯୁକ୍ତ ହେବେ । ନିର୍ମାଣ କାର୍ଯ୍ୟରେ ବିଳମ୍ବ ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ।

ସିଂହ: ଦେହ ଭଲ ରହିବ ନାହିଁ । କର୍ମରେ ବାଧା ପ୍ରତିବନ୍ଧକ ଆସିବ । ପ୍ରିୟଜନଙ୍କର ବିଶ୍ୱାସ ହରାଇବେ । କଳ୍ପନା ବିଳାସ, ନିର୍ମାଣ କାର୍ଯ୍ୟରେ ବିଳମ୍ବ ଓ ଦୂର ଯାତ୍ରାରେ କ୍ଷତିର ସମ୍ଭାବନା ଅଛି । ଆଧ୍ୟାତ୍ମିକ ଦିଗରେ ଆଗ୍ରହ ବଢ଼ିବ । ଆର୍ଥିକ ସ୍ୱଚ୍ଛଳତା ରହିବ ।

କନ୍ୟା: ସ୍ଥିର ବିଚାରରେ କାର୍ଯ୍ୟାରମ୍ଭ କରିବା ଉଚିତ ହେବ । କର୍ମକ୍ଷେତ୍ରରେ ଅସ୍ଥିରତା ତଥା ସମ୍ପୃକ୍ତ କର୍ତ୍ତୃପକ୍ଷ ଅସନ୍ତୁଷ୍ଟ ରହିବେ । ପାରିବାରିକ ହସ ଖୁସି ମିଳିବ । ତୀର୍ଥ ବ୍ରତରେ ଆଗ୍ରହ, ଉତ୍ସାହ ବୃଦ୍ଧି ଓ ପରୋପକାରରେ ଆତ୍ମସନ୍ତୋଷ ଲାଭ ।

ତୁଳା: ଉଚ୍ଚବର୍ଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ପରିବାରରେ କ୍ଷଣକୋପ ଯୋଗୁ ଅଶାନ୍ତି ଆସିପାରେ । ଶୁଭ ମଙ୍ଗଳ କାର୍ଯ୍ୟାରମ୍ଭ କରିପାରିବେ । ଧର୍ମନିଷ୍ଠା, ଜ୍ୟେଷ୍ଠମାନଙ୍କର ଆଶୀର୍ବାଦ, ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ଯାତ୍ରାରେ ସଫଳତା ମିଳିବ ।

ବିଛା: କର୍ମକ୍ଷେତ୍ରରେ ନିଜକୁ ସୁନିୟନ୍ତ୍ରଣ ମଧ୍ୟରେ ରଖିବାର ଆବଶ୍ୟକତା ଅଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଧର୍ମାନୁଷ୍ଠାନ ସହ ସମ୍ପୃକ୍ତି, ସତକର୍ମରେ ଋଚି, ଲକ୍ଷ୍ୟ ପୂରଣ, ସୃଜନ ଶକ୍ତିର ବିକାଶ ଓ ପାରିବାରିକ କ୍ଷେତ୍ରରେ ସଫଳ ବୁଝାମଣା ରହିବ ।

ଧନୁ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ ନୁହେଁ । କର୍ମକ୍ଷେତ୍ରରେ ବିରୋଧ, ମନାନ୍ତର ଆସିବ । ମୁଣ୍ଡବ୍ୟଥା କିମ୍ବା ପାର୍ଶ୍ୱ ପୀଡ଼ା ସମ୍ଭାବନା ଅଛି । ପାରିବାରିକ ସଦ୍ଦିଚ୍ଛା, ଯାନବାହନରେ ବ୍ୟୟ, ଦୂରଯାତ୍ରାରେ କ୍ଷତି ଓ ଆଧ୍ୟାତ୍ମିକ କର୍ମରେ ନିଷ୍ଠା ରହିବ ।

ମକର: ଅଭିଳାଷ ପୂରଣ ପାଇଁ ଦିନଟି ଶୁଭ । ବୈଷୟିକ କ୍ଷେତ୍ରରେ ସନ୍ତୁଷ୍ଟ ରହିବେ । ପରୋପକାରରେ ଆତ୍ମସନ୍ତୋଷ, ନୂତନ ମେସିନାରୀ ଦ୍ରବ୍ୟ କ୍ରୟ, ଅଧିକ ପରିଶ୍ରମ, ଆର୍ଥିକ ଅସ୍ୱଚ୍ଛଳତା, ପରିବାରରେ ସାମୟିକ ବୁଝାମଣା ବ୍ୟାହତ ହେବ ।

କୁମ୍ଭ: ପରୋକ୍ଷରେ ଶତ୍ରୁମାନେ ଅସୁବିଧାରେ ପକାଇ ପାରନ୍ତି । କଥା ଓ କର୍ମରେ ଯଥାର୍ଥ ସମନ୍ୱୟ ରକ୍ଷା କରିବା ଜରୁରୀ । ଭୂମି କ୍ରୟ ବିକ୍ରୟରେ ଲାଭବାନ ହେବେ । ପ୍ରତିଯୋଗିତାରେ ବିଜୟ ଓ ଉଚ୍ଚ ସମ୍ପର୍କରେ ସୁଧାର ଆସିବ ।

ମୀନ: କଲ୍ୟାଣ ଚନ୍ଦ୍ର ଭୋଗ ହେବ ସାରାଦିନ । ଆତ୍ମବିଶ୍ୱାସ ଅଧିକ ରହିବ । ସ୍ୱଉପାର୍ଜିତ ଧନକୁ ଯଥା କାମରେ ଲଗାଇ ପାରିବେ । ପିତାମାତା ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ସ୍ୱାର୍ଥପର ବନ୍ଧୁଙ୍କଠାରୁ ଦୂରେଇ ରହିବା ଭଲ । ଦୂର ଯାତ୍ରା ହିତକର ହେବ ।

Leave A Reply

Your email address will not be published.

ବ୍ରେକିଂ