ବୁଧବାର ରାଶିଫଳ

ମେଷ: ପରିସ୍ଥିତିର ଆବଶ୍ୟକତା ଅନୁସାରେ କାର୍ଯ୍ୟଧାରାର ପରିବର୍ତ୍ତନ ଆବଶ୍ୟକ । ଆୟ ବୃଦ୍ଧି, ପରୋପକାରରେ ଆତ୍ମସନ୍ତୋଷ, ବନ୍ଧୁ ବର୍ଗରେ ସାମୟିକ ମତର ଅମେଳ ଆସିପାରେ । ଉଚ୍ଚ ବର୍ଗ ସହିତ ସୁସଂପର୍କ ରହିବ । ଧର୍ମ ବିଶ୍ୱାସ ବଢିବ ।

ବୃଷ: ଦୂର ସଂପର୍କୀୟମାନେ ବିଶେଷ ସହଯୋଗୀ ହେବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ବାୟୁ ବିକାର ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ବାଣିଜ୍ୟିକ ଲାଭ, ସନ୍ତାନସନ୍ତତି ସୁଖ ସନ୍ତୋଷ, ଆତ୍ମନିର୍ଭରତା ଓ ଯାତ୍ରାରେ ଶୁଭ ଭୋଗ ହେବ ।

ମିଥୁନ: କର୍ମକ୍ଷେତ୍ରରେ ମତାନ୍ତର ମନାନ୍ତର ଆସିପାରେ । ଉଚ୍ଚ ଶ୍ରେଣୀ ସହିତ ମଧୁର ସଂପର୍କ ରହିବ । କେତେକ ବିଶେଷ କାର୍ଯ୍ୟ ବ୍ୟୟରେ ସାଧନ କରିବେ । ପରିବାରରେ ସସ୍ନେହ ଆବେଷ୍ଟନୀ, ଦ୍ରବ୍ୟ କ୍ରୟ ଓ ଅମ୍ଲପିତ୍ତ ହେତୁ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ।

କର୍କଟ: ଅଭୀଷ୍ଟ ପୂରଣ ପାଇଁ ଦିନର ପ୍ରଥମାର୍ଦ୍ଧଟି ଶୁଭଙ୍କର ହେବ । ଦୈହିକ ସ୍ୱାସ୍ଥ୍ୟର ଉନ୍ନତି, ଶୁଭ ମଙ୍ଗଳ ଅନୁଷ୍ଠାନ ସହ ସଂପୃକ୍ତି, ବିଳାସ ସାମଗ୍ରୀ କ୍ରୟ ଓ ପ୍ରିୟ ପରିଜନଙ୍କ ସହଯୋଗ ପାଇବେ । ବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।

ସିଂହ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ପାଇବେ । ଆର୍ଥିକ ସ୍ୱଚ୍ଛଳତା, ବୃତ୍ତିରେ ନିଷ୍ଠା, ଅପର ଦୁଃଖରେ ସାହାଯ୍ୟ ଓ ଆଶୀର୍ବାଦ କର୍ମଯୁକ୍ତ ହୋଇପାରନ୍ତି । ନିମ୍ନ ଅଙ୍ଗରେ ବ୍ୟଥା ଭୋଗ ହେବ । ପାଖ ପଡ଼ୋଶୀଙ୍କ ସହିତ ସଂପର୍କ ତିକ୍ତ ହେବ ।

କନ୍ୟା: କର୍ମକ୍ଷେତ୍ରରେ ଉତ୍ସାହ କିଛି ପରିମାଣରେ ହ୍ରାସ ହେବ । ଅଧିକ ପରିଶ୍ରମ କରି ବିଶ୍ରାମ ହରେଇବେ । ପୁରୁଣା ଅସୁସ୍ଥତା ପୁନଃ ଭୋଗ ହୋଇପାରେ । ପରିବାର ସହିତ ସୁ ସଂପର୍କ ରହିବ । ଆଧ୍ୟାତ୍ମିକ ଭାବଧାରାର ବିକାଶ ସାଧନ ଘଟିବ ।

ତୁଳା: ଅପରାହ୍ନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟା ଭୋଗ ହେବ । ନିର୍ଦ୍ଧାରିତ କର୍ମ ସଂପାଦନ କରିବା ସମ୍ଭବ ହେବ ନାହିଁ । ପରିବାରରେ ସହଜ ବୁଝାମଣା, ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ବସ୍ତ୍ରାଳଙ୍କାର ପ୍ରାପ୍ତି, ଆୟ ବୃଦ୍ଧି ଓ ଗୃହ ନିର୍ମାଣାଦି କର୍ମରେ ଗତିଶୀଳତା ଆସିବ ।

ବିଛା: ଅପରାହ୍ନ ୩ ଘ ୩୭ ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗର ସମୟ । ମନରେ ଅବସାଦ ଦୁଃଖ ଆସିପାରେ । ଆର୍ଥିକ କ୍ଷତି, କର୍ମକ୍ଷେତ୍ରରେ ମନୋମାଳିନ୍ୟ, ଗୃହରେ ଅତିଥି ସମାଗମ, ଧର୍ମ କର୍ମରେ ଋଚି ଓ ଯାନବାହାନରେ ଯାତ୍ରା ଅଶୁଭ ଅଟେ ।

ଧନୁ: ସମସ୍ୟା ସବୁର ସହଜ ସମାଧାନ କରିପାରିବେ । ଲୋକ ସଂପର୍କରେ ଯଥେଷ୍ଟ ଉନ୍ନତି ଆସିବ । ପାରସ୍ପରିକ ସହଯୋଗ ମଧ୍ୟ ପାଇବେ । ପୂର୍ବାପେକ୍ଷା ଦେହ ସୁସ୍ଥ ରହିବ । ମୂଲ୍ୟବାନ ଦ୍ରବ୍ୟକ୍ରୟ କରିବେ । ରାଜନୀତିରେ ସମାଲୋଚିତ ହେବେ ।

ମକର: ଉଭୟ ଦିଗକୁ ଅନୁଧ୍ୟାନ ପୂର୍ବକ କାର୍ଯ୍ୟାରମ୍ଭ କରିବା ସବୁ ଦିଗରୁ ଶୁଭଙ୍କର ହେବ । ପରିବାରରେ ସଠିକ ବୁଝାମଣା ରଖି ପାରିବେ । କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବଢିବ । ପତିତ ଅର୍ଥ ଆସିବାରେ ଅଯଥା ସମସ୍ୟା ଆସିବ । ଯାତ୍ରାରେ ଶୁଭ ।

କୁମ୍ଭ: କେତେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ  ପଡିପାରେ । ମନରେ ଅଶାନ୍ତି, କର୍ମ ପ୍ରେରଣା ହ୍ରାସ ତଥା ବୁଝାମଣାର ଅଭାବ ଆସିବ । ବନ୍ଧୁ ସହଯୋଗ କମ ମିଳିବ । ଉଚ୍ଚ କର୍ତ୍ତୃପକ୍ଷ କାମରେ ସନ୍ତୁଷ୍ଟ ରହିବେ ।

ମୀନ: କର୍ମରେ ଉତ୍ସାହ, ବକେୟା ଅର୍ଥ ପ୍ରାପ୍ତି ଓ ଲୋକ କଲ୍ୟାଣ କାର୍ଯ୍ୟରେ ସନ୍ତୋଷ ପାଇବେ ।  ଅମ୍ଲ ଅଜୀର୍ଣ୍ଣ ଆଦି ଉଦରପୀଡା ସାମୟିକ ଭାବରେ ଭୋଗ ହେବ । ସୁଖ ଭ୍ରମଣ, ପାରିବାରିକ ହସଖୁସି ଓ ରାଜନୀତିରେ ଲୋକ ସମର୍ଥନ ପାଇବେ ।

Leave A Reply

Your email address will not be published.

ବ୍ରେକିଂ