ବୁଧବାର ରାଶିଫଳ

ମେଷ: ପରିବାର ତଥା କର୍ମ କ୍ଷେତ୍ରରେ ସଭିଙ୍କର ପ୍ରିୟଭାଜନ ହେବେ । ହରାଇଥିବା ଧନ ବା ସମ୍ମାନ ଫେରି ପାଇବାର ନାହିଁ । କେତେକ କାର୍ଯ୍ୟ ସାଧନରେ ଆକସ୍ମିକ ପ୍ରତିବନ୍ଧକ ଆସିବ । ଧର୍ମାନୁଷ୍ଠାନ ସହ ସମ୍ପୃକ୍ତି ଓ ଯାତ୍ରା ଶୁଭର ସମ୍ଭାବନା ।

ବୃଷ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ସଦା କର୍ମଚଞ୍ଚଳ ରହିବେ । ପ୍ରତିଯୋଗିତାରେ ଜୟ, ଧର୍ମାନୁଷ୍ଠାନ ସହ ସମ୍ପୃକ୍ତି, ବୈଷୟିକ କ୍ଷେତ୍ରରେ ଉନ୍ନତି ଓ ସୁଖ ଭ୍ରମଣର ସୁଯୋଗ ପାଇବେ । ଦେହ ସୁସ୍ଥ ରହିବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ ଓ ରାଜନୀତିରେ ସମ୍ମାନ ମିଳିବ ।

ମିଥୁନ: ଆୟଠାରୁ ବ୍ୟୟ ଅଧିକ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା, ବୃଥା ଭାବନା, ପାରିବାରିକ ଅସନ୍ତୋଷ, ନିୟମ ନିଷ୍ଠା, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି, ଦ୍ରବ୍ୟ ଲାଭ ଓ ଧର୍ମାନୁଷ୍ଠାନ ସମ୍ପର୍କିତ ହେବେ । ରାଜନୈତିକ କ୍ଷେତ୍ରରେ ବିରୋଧ ଆସିବ ।

କର୍କଟ: ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ବିଶେଷ ଶୁଭ ପ୍ରଭାବକ ହେବ । ପ୍ରତ୍ୟେକ କ୍ଷେତ୍ରରେ ଆତ୍ମସନ୍ତୋଷ ପାଇବେ । ସହକର୍ମୀଙ୍କ ସହଯୋଗ ଓ କର୍ତ୍ତୃପକ୍ଷଙ୍କ ସମର୍ଥନ ମିଳିବ । ଶ୍ଳେଷ୍ମାଜନିତ ପୀଡ଼ା ସାମୟିକ ଭୋଗ ହେବ । ଧର୍ମ କର୍ମରେ ନିଷ୍ଠା ବୃଦ୍ଧି ।

ସିଂହ: ଦେହ ଅସୁସ୍ଥ କାରଣରୁ ମାନସିକ ଅବସନ୍ନତା ଆସିବ । କର୍ମ କ୍ଷେତ୍ରରେ ଆୟ ହ୍ରାସ ଓ ସମାଲୋଚିତ ହୋଇପାରନ୍ତି । କର୍ତ୍ତବ୍ୟ ନିଷ୍ଠା, ସାମାଜିକ ପ୍ରତିଷ୍ଠା, ଉଚ୍ଚବର୍ଗ ସହିତ ସୁସମ୍ପର୍କ ତଥା ଆଧ୍ୟାତ୍ମିକ କାମ ପ୍ରତି ରୁଚିଶୀଳ ହେବେ ।

କନ୍ୟା: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ତୀର୍ଥ କିମ୍ବା ଦର୍ଶନୀୟ ସ୍ଥାନ ସୁଖ ଭ୍ରମଣରେ ଯାଇପାରନ୍ତି । ଆୟ ଅପରିବର୍ତ୍ତିତ ରହିବ । ବନ୍ଧୁ ସମ୍ପର୍କରେ ଉନ୍ନତି, ପାରିବାରିକ ଉତ୍ତମ ବୁଝାମଣା ଓ କର୍ମ କ୍ଷେତ୍ରରେ ବିରୋଧ ଆସିପାରେ ।

ତୁଳା: ନିଜର ବ୍ୟକ୍ତିତ୍ୱ ଓ ପରିଚୟକୁ ସଫଳ ଭାବରେ ଉପସ୍ଥାପିତ କରିବା କଷ୍ଟକର ହେବ । ଯାତ୍ରୀଜନିତ କ୍ଳାନ୍ତି ଅବସାଦ ଆସିପାରେ । ନିର୍ମାଣ କାର୍ଯ୍ୟରେ ଅପବ୍ୟୟ ବଢ଼ିବ । ପାରିବାରିକ ଶାନ୍ତି, ସମସ୍ୟା ସମାଧାନ ଓ ଦେବାଦେବୀ କାର୍ଯ୍ୟରେ ରୁଚି ।

ବିଛା: ଘାତଚନ୍ଦ୍ର ଭୋଗ ପାଇଁ ଦିନଟି ଅଶୁଭ ଫଳ ପ୍ରଦାୟକ ହେବ । ଦେହ ଅସୁସ୍ଥ, ଯାତ୍ରାରେ କ୍ଳାନ୍ତି, କର୍ମକ୍ଷେତ୍ରରେ ସହଯୋଗର ଅଭାବ, ଯାନବାହନରେ ବ୍ୟୟ ଓ ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ରଖିବେ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା ।

ଧନୁ: ଯାନବାହନ ସୁଖ ସୌଭାଗ୍ୟ ମିଳିବ । ଆଦର ଅଭ୍ୟର୍ଥନା,ମାନ ସମ୍ମାନ ପ୍ରାପ୍ତି, କର୍ମକ୍ଷେତ୍ରରେ ମତାନ୍ତର, ଉଦଯୋଗ ସଫଳ, ପ୍ରତିଯୋଗିତାରେ ବିଜୟ ଓ ଲୋକ କଲ୍ୟାଣ କାର୍ଯ୍ୟରେ ସ୍ୱତନ୍ତ୍ର ରୁଚି ରଖିବେ । ଦୂର ଯାତ୍ରାରେ ଶୁଭ ।

ମକର: ବାଣିଜ୍ୟ ବ୍ୟବସାୟରେ କ୍ଷୟକ୍ଷତି ଆସିପାରେ । ଅଣ୍ଟା ଓ ପାଦ ବ୍ୟଥାର ଆଶଙ୍କା ଅଛି । ସ୍ଥିର ବିଚାର ବିବେଚନାର ଆବଶ୍ୟକତା ଅଧିକ ଅଛି । ଦ୍ରବ୍ୟ ଲାଭ, ମାନ ସମ୍ମାନ ଓ ଋଣ ପରିଶୋଧର ଅବସର ପାଇବେ । ବିବାଦରେ ବିଜୟ ।

କୁମ୍ଭ: କର୍ମ କ୍ଷେତ୍ରରେ ଅସହାୟତା ବଢ଼ିବ । ଅର୍ଥ ଓ ସମ୍ମାନ ଉପରେ ଆଞ୍ଚ ଆସିବ । ଦୂରଯାତ୍ରା କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଉଚିତ ହେବ । ପରିବାରରେ ସହଯୋଗ, ବିବାଦର ଅସ୍ଥାୟୀ ସମାଧାନ ଓ ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ରଖିବେ ।

ମୀନ: ଉଦ୍ୟମ ସଫଳ କରିବାକୁ ପ୍ରଚେଷ୍ଟା ଅବ୍ୟାହତ ରଖିବେ । ବିଭିନ୍ନ ଦିଗରୁ ସାହାଯ୍ୟ ଓ ପ୍ରୋତ୍ସାହନ ମିଳିବ । ପରିବାରରେ ଗତାନୁଗତିକ ସ୍ଥିତି, ଦ୍ରବ୍ୟ ନଷ୍ଟ, ସମାଲୋଚନା, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ରାଜନୀତି କ୍ଷେତ୍ରରେ ସ୍ଥାନ ଆସନ ପ୍ରାପ୍ତି ।

Leave A Reply

Your email address will not be published.

ବ୍ରେକିଂ