ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ପଶ୍ଚିମବଙ୍ଗ ପୁଲିସ ଆଜି ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ଉଭୟଙ୍କୁ ଗିରଫ କରିଛି । ଦୁଇ ସହଯୋଗୀ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ସେମାନଙ୍କ ନିକଟରୁ ସାତୋଟି ଅଫୁଟା ଗୁଳି ମଧ୍ୟ ଜବତ କରିଛି ପୁଲିସ ।

ଅନ୍ୟପକ୍ଷରେ ରାଜ୍ୟସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ମତଦାନ ପରେ ହୋଇଥିବା ହିଂସାକୁ ନେଇ ଦଳର ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ସେ କହିଛନ୍ତି ବିଜେପି ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ଆଜି ମାନ୍ୟବର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟି ବଙ୍ଗଳାରେ ଘଟୁଥିବା ଅନେକ ଅନୁପଯୁକ୍ତ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ କୋଲକାତାର ରାଜ ଭବନରେ ଏନେଇ ଆଲୋଚନା ହେବ ।

Leave A Reply

Your email address will not be published.

ବ୍ରେକିଂ