ପଶ୍ଚିମବଙ୍ଗରେ ଲକଡାଉନ ଅବଧି ଜୁଲାଇ ୧ ପର୍ଯ୍ୟନ୍ତ ବୃଦ୍ଧି

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇ ଦେଇଛନ୍ତି ସରକାର। ତେବେ କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୫ ପ୍ରତିଶତ କ୍ଷମତା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ୧୬ ରୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସରକାର।

ସେହିପରି ୫୦% କ୍ଷମତାର ଲୋକଙ୍କୁ ନେଇ ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକ ଦିନ ୧୨ଟାରୁ ରାତି ୮ଟା ଯାଏ ଏହା ଖୋଲିବ। ବିନା ଦର୍ଶକରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ।

କର୍ମଚାରୀଙ୍କ ଯିବା ଆସିବା ପାଇଁ ଘରୋଇ ଅଫିସଗୁଡ଼ିକ ବ୍ୟବସ୍ଥା କରିବେ। ରାଜ୍ୟରେ ଥିବା ପାର୍କ ଗୁଡ଼ିକ ସକାଳ ୬ଟାରୁ ୯ଟା ଯାଏ ଖୋଲିବ। କିନ୍ତୁ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକ ହିଁ ଏହା ମଧ୍ୟକୁ ଆସିପାରିବେ। ରିଟେଲ, ମାର୍କେଟ ଓ ହାଟଗୁଡ଼ିକ ଏଣିକି ସକାଳ ୭ଟାରୁ ଦିନ ୧୧ ଯାଏ ଚାଲିବ। ଅନ୍ୟ ଦୋକାନଗୁଡ଼ିକ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ।

ସାଧାରଣ ପରିବହନ ପୂର୍ବଭଳି ବନ୍ଦ ରହିବ। ଘରୋଇ କାର, ଟ୍ୟାକ୍ସି ଓ ଅଟୋ ମଧ୍ୟ ଚାଲି ପାରିବ ନାହିଁ। କେବଳ ହସ୍ପିଟାଲ କିମ୍ବା ଜରୁରୀ ସେବାରେ ଏଗୁଡ଼ିକ ଚଳାଚଳ କରିପାରିବ ବୋଲି ସରକାର କହିଛନ୍ତି। ବିୟୁଟି ପାର୍ଲର ଓ ସ୍ପା ଗୁଡ଼ିକ ପୂର୍ବଭଳି ଖୋଲିବ ନାହିଁ। ବାହାଘରରେ ସର୍ବାଧିକ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଲୋକ ଯୋଗଦେଇପାରିବେ। ବ୍ୟାଙ୍କ ଗୁଡ଼ିକ ଦିନ ୧୦ଟାରୁ ୪ଟା ଯାଏ ଚାଲିବ। ରାଜ୍ୟରେ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ