ଦେଶରେ କାହିଁକି ବଢୁଛି ତୈଳ ଦର ? ତଥ୍ୟ ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ତୈଳ ଦର । ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେ କହିଛନ୍ତି ଦେଶରେ ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ।

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ ଦେଉଥିବାରୁ ବିରୋଧୀକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି, କେବଳ କେନ୍ଦ୍ର ସରକାର ଶୁଳ୍କ ଆଦାୟ କରୁନାହାନ୍ତି। କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅଧିକ ଶୁଳ୍କ ଆଦାୟ କରାଯାଉଛି। କରୋନା ସ୍ଥିତିରେ ଦେଶର ଅର୍ଥନୀତି ଯେପରି ସ୍ଥିତିରେ ପହଞ୍ଚିଥିଲା,ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କର ହେଉ, ଆମାଦାନୀ ନାଁ ସହିତ ସମାନ ହୋଇଯାଇଥିଲା। ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଦେଶର ଖର୍ଚ୍ଚ ମଧ୍ୟ ବଢ଼ି ବଢ଼ି ଯାଇଥିଲା। ଆଉ ଏଥିଯୋଗୁଁ କିଛି ସମୟ ପାଇଁ ବ‍ଢ଼ୁଛି ତୈଳ ଦର।

ସଂଗୃହୀତ ହୋଇଥିବା ରାଶିରେ, ୩୫ ହଜାର କୋଟି ଟଙ୍କା ଭ୍ୟାକ୍ସିନ ପାଇଁ ବ୍ୟବହାର କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ୧୩୭ ପ୍ରତିଶତ ବୃଦ୍ଧି କରି ବ୍ୟବୟବରାଦ ହୋଇଛି। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଉଛି। ହେଲେ ଏହି ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ମଧ୍ୟ ସେ କହିଛନ୍ତି।

ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ମଧ୍ୟ ବରଫ ଝଡ଼ ଯୋଗୁଁ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏପରି ପ୍ରଭାବ ପଡ଼ିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। ତେବେ ଏଥିପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। GST କାଉନସିଲରେ ଏନେଇ ନିଷ୍ପତ୍ତି ନିଆଯିବ।ଏହି ଅସୁବିଧା ସାମୟିକ ସମୟ ପାଇଁ ହୋଇଛି । ଏଥିରେ ଶୀଘ୍ର ସୁଧାର ଆଶା କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ