ବିରାମଚନ୍ଦ୍ରପୁରରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ

ବୌଦ୍ଧ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଲୁ ମୃତ। ବୌଦ୍ଧ ରେଞ୍ଜ ଅଧିନସ୍ଥ ବିରାମଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ଆଜି ଭୋର ସକାଳୁ ବିରାମଚନ୍ଦ୍ରପୁର ଗ୍ରାମର କିଛି ଲୋକ ବିଦ୍ୟୁତ୍ ତାରରେ ଏକ ଭାଲୁର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତାକୁ ତଳକୁ ଓହ୍ଲାଇ ଦେଖିଲେ ଭାଲୁଟିର ମୃତ୍ୟୁ ହୋଇଛି ।

ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପୋତି ଦିଆଜିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନେକ ଦିନରୁ ଏହି ବିଦ୍ୟୁତ୍ ତାର ଝୁଲି ରହିଥିବା ବିଦ୍ୟୁତ ବିଭାଗ ପାଖରେ ଖବର ଥିଲେ ମଧ୍ୟ ସେଥିପ୍ରତି ବିଭାଗ ଭୃକ୍ଷେପ କରିନଥିଲା । ଯାହା ଫଳରେ ଆଜି ଭାଲୁଟିର ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ