ସେମିଳିଗୁଡାରେ ଜଳିଗଲା ୫ ଏକର ଜଙ୍ଗଲ

ସେମିଳିଗୁଡା: ହୁତୁ ହୁତୁ ହେଇ ଜଳିଗଲା ୫ ଏକର ଜଙ୍ଗଲ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପିତାଗୁଡା ଗ୍ରାମପଞ୍ଚାୟତର ସେମିଳିଗୁଡା ଫରେଷ୍ଟ ଅଧୀନରେ ରହିଥିବା ଜଙ୍ଗମପୁଟର ଜଙ୍ଗଲରେ ନିଆଁ ଲାଗିଛି । ଫଳରେ ଜଙ୍ଗଲରେ ରହିଥିବା କିଛି ମୂଲ୍ୟବାନ ଗଛ ଏବଂ ପଶୁ ,ପକ୍ଷୀ ପୋଡି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରବିବାର ସକାଳେ କେହି ଅଜଣା ଲୋକ ଶିଆଳି ମଞ୍ଜି ସଂଗ୍ରହ କରିବାକୁ ଯାଇ ଜଙ୍ଗଲରେ ନିଆଁ  ଲଗାଇ ଦେଇଥିଲା । ଫଳରେ ସେହି ନିଆଁ ଧୀରେ ଧୀରେ ବ୍ୟାପି ଜଙ୍ଗଲର ପାଖାପାଖି  ୫ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ଜଳି ପାଉଁଷ ହୋଇଯାଇଛି ।

ଏନେଇ ଗ୍ରାମବାସୀ ସେମିଳିଗୁଡା ବନ ବିଭାଗକୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଧା ବିଭାଗର କୌଣସି ଅଧିକାରୀଙ୍କ ଫୋନ ଲାଗିନଥିଲା । ପରେ ଖବର ପାଇ ବନବିଭାଗର କର୍ମଚାରୀମାନେ ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ