ନାବାଳକ ପୁଅକୁ ଛାଡି ଫେରାର ହେଲା ମାଆ

ସୋନପୁର: ନିଜ ଜନ୍ମକଲା ପୁଅକୁ ଛାଡି ଫେରାର ହେଲା ମାଆ ।  ସୋନପୁର ବସଷ୍ଟାଣ୍ଡରେ ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ୧୦ ବର୍ଷର ପୁଅକୁ ଛାଡ଼ି ମା ସମ୍ପର୍କୀୟ ଦିଅର ସହ ଫେରାର ହୋଇ ଯାଇଛି ।

ମାଆର ଫେରିବା ବାଟ ଚାହିଁ ଦିନ ଯାଇ ରାତି ହେଲା ହେଲେ ପୁଅ ପାଖକୁ ମାଆ ଫେରିଲା ନାହିଁ । ନାବାଳକ ପୁଅ ମାଆ ଅପେକ୍ଷାରେ ଶୌଚାଳୟ ପ୍ରବେଶ ଦ୍ଵାରରେ ଚାତକ ପରି ଚାହି ରହିଥିଲା ।

ନାବାଳକ କହିବା ଅନୁସାରେ ତାଙ୍କ ଘର ବୌଦ୍ଧ ଜିଲ୍ଲା ସୁଲିଆରରେ । ତା ମାଆ ସହ ସଂପର୍କୀୟ ଦିଅର ସହିତ ସୋନପୁର ବସଷ୍ଟାଣ୍ଡରେ ଭୋର ୪ଟାରେ ପହଞ୍ଚିଥିଲା। ଡାକ୍ତରଖାନା ଠାରୁ ଆସୁଛି କହି ସମ୍ପର୍କୀୟ ଦିଅର ସହ ମାଆ କୁଆଡେ ଯାଇଛି ଆଉ ଫେରି ନାହିଁ।

ଘଟଣା ପ୍ରଘଟ ହେବା ଚାଇଲ୍ଡ ଲାଇନ୍ସ କମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ନାବାଳକ ପୁଅକୁ ଉଦ୍ଧାର କରିଛନ୍ତ । ଏହି ବାଳକ ଚତୁର୍ଥ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ