ମହିଳାଙ୍କୁ ଥାନାରେ ମାଡ ଅଭିଯୋଗ

ବ୍ରହ୍ମପୁର : ସମସ୍ୟାର ସମାଧାନ ପାଇଁ ଥାନାକୁ ଭରଷା କରି ଯାଇଥିଲେ । ହେଲେ ସମାଧାନ କରିବେ କଣ ଓଲଟା ଥାନାରେ ମହିଳାଙ୍କୁ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁରରର ବଡବଜାର ଥାନା ବିରୋଧରେ ।

ସୂଚନାମୁତାବତ  ବଡବଜାର ଥାନା ଅନ୍ତର୍ଗତ, ପାଣ୍ଡବ ନଗରର ଦୁଃଖୀ ଓ ସ୍ଵାମୀ-କବୀର ନାୟକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଏନେଇ କବୀରଙ୍କ ବାପା ମା ବଡବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ସମାଧାନ ପାଇଁ  ଉଭୟ ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ । ହେଲେ ସେଠାରେ ସମାଧାନ କରିବା ବଦଳରେ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣଙ୍କ  ବ୍ରହ୍ମପୁର ଆଡିସିନାଲ ଏସ୍‌ପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ।

ସେପଟେଏହି ଘଟଣାର ତଦନ୍ତ ଚାଲିଛି , ଯିଏ ବି ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଡିସିନାଲ ଏସପି ପ୍ରଭାତ ରାଉତରାୟ ।

Leave A Reply

Your email address will not be published.

ବ୍ରେକିଂ