ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ : ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳରୁ ମହିଳାଙ୍କ ଆତ୍ମହୁତି ଉଦ୍ୟମ । ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହୁତି ଉଦ୍ୟମ କଲେ  ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା । ସେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ । ତେବେ ପୋଲିସ ଠିକ ସମୟରେ ପହଞ୍ଚି ତାଙ୍କୁ ଅଟକ ରଖିଥିବା ଜଣାପଡିଛି  ।

ସୂଚନା ଅନୁସାରେ, ଦମୟନ୍ତୀଙ୍କ ସ୍ୱାମୀ ୧୪ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ସେ ତାଙ୍କ ରୋଗାକ୍ରାନ୍ତ ପୁଅକୁ ଧରି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଦେଢସୁର ଜମିବାଡି ଭାଗବଣ୍ଟାକୁ ନେଇ ତାଙ୍କୁ ହଇରାଣ କରିୁଥିବା କହିଛନ୍ତି । ସେପଟେ ଏନେଇ ବାରମ୍ବାର ପୋଲିସ ଏବଂ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ସେ ଏମିତି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

 

 

Leave A Reply

Your email address will not be published.

ବ୍ରେକିଂ