ନିଆଁରେ ପୋଡି ହୋଇ ମହିଳା ମୃତ

ମୋରଡା : ନିଆଁରେ ପୋଡି ହୋଇ ମହିଳା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅଧୀନସ୍ଥ ଦେବଶୋଳ ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ।

ସୂଚନାନୁଯାୟୀ, ରସଗୋବିନ୍ଦପୁର ଥାନା ଅଧୀନସ୍ଥ ରାମଚନ୍ଦ୍ରପୁର ଗାଁରେ ଅମୀୟ ସାହୁଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଛି। ସୁକାନ୍ତି ପାଞ୍ଚ ବର୍ଷ ତଳେ ଅମୀୟଙ୍କୁ ପ୍ରେମ ବିବାହ କରିଥିଲେ।  ତାଙ୍କର ଗୋଟିଏ ପୁଅ ଓ ଦୁଇ ବର୍ଷର ଚୋଟ ଝିଅଟିଏ ଅଛି। ତେବେ ଗତକାଲି ବିଲମ୍ବିତ ରାତିରେ ସୁକାନ୍ତି ଓ ଅମୀୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଫଳରେ ସୁକାନ୍ତି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କର ପରିବାର ଲୋକେ ନିଆଁ ଲିଭାଇ ରସଗୋବିନ୍ଦପୁର ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ରାସଗୋବିନ୍ଦପୁର ପୋଲିସ ନିଜ ପଟୁ ଏକ କେସ୍ ରୁଜୁ କରି ତଦନ୍ତ କରୁଛି। ସେପଟେ ମୃତ ମହିଳାଙ୍କ ବାପ ଘର ଲୋକ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ