ଜଗତସିଂହପୁରରୁ ଗ୍ରାମ ବ୍ରାଉନସୁଗର ଜବତ ,ଜଣେ ଗିରଫ

ଜଗତସିଂହପୁର:  ଜଗତସିଂହପୁର ଥାନା ଅଧୀନ ମାର୍କଣ୍ଡପୁର ଗ୍ରାମରୁ ୨୪.୨୦ ଗ୍ରାମ ବ୍ରାଉନସୁଗାର ଜବତ । ଏଥିସହ ଘଟଣାରେ ଜଣକୁ ଗିରଫ କରିବା ସହ ନଗଦ ୫୯ ହଜାର ୯୪୦ ଟଙ୍କା ଓ ମୋବାଇଲ  ଫୋନ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ।

ସୂଚନାଯୋଗ୍ୟ ଜଗତସିଂହପୁର ଥାନା ଅଧୀନ ମାର୍କଣ୍ଡପୁର ଗ୍ରାମରେ ସ୍ୱାମୀ ଓ ସ୍ତ୍ରୀ ବ୍ରାଉନସୁଗାର ବେପାର କରୁଥିବା ଖବର ପୋଲିସ ଜାଣିବାକୁ ପାଇଲା । ଫଳରେ ପୋଲିସ ମାର୍କଣ୍ଡପୁର ଗ୍ରାମରେ ପହଞ୍ଚି ଦେଖିଲା ବେଳକୁ ଘରର ବାହାର ବାରଣ୍ଡାରେ ବ୍ରାଉନସୁଗର କାରବାର ଚାଲିଛି । ତେବେ ପୋଲିସକୁ ଦେଖି ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଦିପୁ ଓରଫ ଦୀପକ କୁମାର ଦାସ ଖସି ପଳାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ସ୍ତ୍ରୀ ଲଷ୍ମୀପ୍ରିୟାକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ