ଭଉଣୀର ଟାଙ୍ଗିଆ ଚୋଟରେ ଭାଇ ଘାଇଲା

କେନ୍ଦୁଝର: ଭଉଣୀର ଟାଙ୍ଗିଆ ଚୋଟରେ ଭାଇ ଘାଇଲା । ସମ୍ପତ୍ତି ପାଇଁ ସମ୍ପର୍କକୁ ଭୁଲି ଭାଇକୁ ଟାଙ୍ଗିଆରେ ହାଣିଲା ଉଭଣୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ କାଳିଆବେଡା ଗ୍ରାମର ମୁଣ୍ଡା ସାହିରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ଗୁରୁତର ଯୁବକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୁଚନା ଅନୁସାରେ, କାଳିଆବେଡା ଗ୍ରାମର ସାଗୁ ମୁଣ୍ଡାଙ୍କ ପୁଅ ଘନସ୍ୟାମ ମୁଣ୍ଡା ଏବଂ ତାଙ୍କ ବଡ ବାପାଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଦୀର୍ଘ ଦିନରୁ ଝଗଡା ହେଉଥିଲା । ଗଲାକାଲି ସଂନ୍ଧ୍ୟାରେ ସମ୍ପତ୍ତି ବିବାଦକୁ ନେଇ ପୁଣି ଥରେ ଝଗଡା ଆରମ୍ଭ ହୋଇଥିଲା ।  ତେବେ କଳି ଏତେ ବଢିଥିଲା ଯେ ଘନସ୍ୟାମଙ୍କ ବଡବାପା ଝିଅ ଡୁମୁରି ମୁଣ୍ଡା ଏକ ଟାଙ୍ଗିଆରେ ଘନଶ୍ୟାମଙ୍କୁ ହାଣିଥିଲା । ତେବେ ସ୍ଥାନୀୟ ଲୋକେ ଘନଶ୍ୟାମଙ୍କୁ ଗୁରୁତ୍ବର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟରେ ଭର୍ତି କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ