ଧାନ ଡୋଲି ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଶୋଇଥିବା ବେଳେ ଧାନ ଡୋଲି ପଡ଼ି ଚାପି ହୋଇଗଲେ ଦମ୍ପତି । ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱୀମା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ସ୍ୱାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିଲେ । ଏହି ସମୟରେ ତାଙ୍କ ଉପରେ ଧାନ ଡୋଲି ଓଲଟି ପଡ଼ିଥିଲା । ପରିବାର ଲୋକ ଓ ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ