ଆଜି ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme – UNEP)ର ଅନ୍ତର୍ଗତ ।  ଚଳିତ ବର୍ଷର ଥିମ ରହିଛି ‘‘ଇକୋ ସିଷ୍ଟମ୍‌ ରିଷ୍ଟୋରେସନ୍‌ ’’ ବା ‘‘ପରିସଂସ୍ଥା ପୁନରୁଦ୍ଧାର ’’।

ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ପରେ ବିଗିଡିଗଲାଣି ପରିବେଶ ସନ୍ତୁଳନ। ଏହାର ପ୍ରଭାବ ମଣିଷ ସମାଜ ଉପରେ ପଡ଼ିଛି। କେବଳ ଜନଜୀବନ ନୁହେଁ, ବରଂ ପରିବେଶ ଜଗତ ପାଇଁ ମହାବିପଦ ସୃଷ୍ଟି କଲାଣି। ଦିନକୁ ଦିନ ବଢୁଥିବା ତାପମାତ୍ରାରେ ଅତିଷ୍ଠ ହେଉଥିବା ବେଳେ ଏବେ କୋଭିଡ୍‌ ୧୯ ପରି ମହାମାରୀର ଶିକାର ହେଉଛି ମାନବ ସମାଜ। ପରିବେଶର ଆବଶ୍ୟକତା ଓ ସମାଜ ପାଇଁ ଏହାର ଅବଦାନ ନେଇ ସଚେତନ ହେବା ପାଇଁ ପ୍ରତିବର୍ଷ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ।

ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ଜାତିସଂଘ ପରିଷଦ ପକ୍ଷରୁ ୧୯୭୨ରେ ବିଶ୍ୱ ପରିବେଶ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା ଏବଂ ୧୯୭୪ରେ ଏହା ପ୍ରଥମେ ଆମେରିକାର ପାଳନ କରାଯାଇଥିଲା। ସେହିବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ଥିଲା ‘କେବଳ ଗୋଟିଏ ପୃଥିବୀ’। ତାହା ପରବର୍ତ୍ତୀ ସମୟରେ ବିଶ୍ୱର ଶତାଧିକ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଆସୁଛି। ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା।

Leave A Reply

Your email address will not be published.

ବ୍ରେକିଂ