ଆଜି ବିଶ୍ୱ ରେଡିଓ ଦିବସ

ଆଜି ବିଶ୍ୱ ରେଡିଓ ଦିବସ । ପ୍ରତିବର୍ଷ ୧୩ ଫେବୃଆରୀରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ ।  ଏହି ଅବସରରେ ରେଡିଓ ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରେଡିଓ ଏକ ଉତ୍ତମ ମାଧ୍ୟମ, ଯାହା ସାମାଜିକ ଯୋଗଦାନକୁ ଗଭୀର କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପିଏମ ମୋଦି ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଶୁଭ ବିଶ୍ୱ ରେଡିଓ ଦିବସ!  ନୂତନ ବିଷୟବସ୍ତୁ ଏବଂ ସଙ୍ଗୀତ ସହିତ ରେଡିଓ ଉପଭୋଗ କରୁଥିବା ସମସ୍ତ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଉଛି। ଏହା ଏକ ଉତ୍ତମ ମାଧ୍ୟମ, ଯାହା ସାମାଜିକ ଯୋଗଦାନକୁ ଗଭୀର କରିଥାଏ। ”

ଫେବୃଆରୀ ୧୩ ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ । ରେଡିଓ ୧୯୨୪ ରୁ ଭାରତରେ ଆରମ୍ଭ ହୋଇଥିଲା ଏବଂ ଅଲ ଇଣ୍ଡିଆ ରେଡିଓ ୧୯୩୬ ମସିହାରେ ହୋଇଥିଲା ।  ୧୯୫୭ ମସିହାରେ, ଅଲ ଇଣ୍ଡିଆ ରେଡିଓର ନାମ ଆକାଶବାଣୀ ଭାବରେ ରଖାଗଲା । ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ସମ୍ବାଦ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ରେଡିଓ ମାଧ୍ୟମରେ ଦୂର ଦୂରାନ୍ତକୁ ପଠାଯାଏ । ଭାରତର ସ୍ୱାଧୀନତା ସଂଗ୍ରାମରେ ରେଡିଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରେଡିଓର ଶକ୍ତି ହୃଦୟଙ୍ଗମ କରି ପିଏମ ମୋଦି ପ୍ରତ୍ୟେକ ମାସ ଶେଷରେ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରନ୍ତି ଏବଂ ଜନସାଧାରଣଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି।

ଆମେ ସମସ୍ତେ ପ୍ରଥମ ଗଣମାଧ୍ୟମ ଭାବରେ ରେଡିଓ ଶୁଣିଲୁ  ।  ଯେତେବେଳେ ଜନ ଯୋଗାଯୋଗର ଅନ୍ୟ କୌଣସି ମାଧ୍ୟମ ନଥିଲା ସେତେବେଳେ ରେଡିଓ ଆସିଥିଲା ଥ।  FM ରେଡିଓ ହେଉ କିମ୍ବା ଇଣ୍ଟରନେଟ୍ ରେଡିଓ ହେଉ ଆଜି ମଧ୍ୟ ରେଡିଓକୁ ଅଧିକ ପସନ୍ଦ କରାଯାଏ ।

Leave A Reply

Your email address will not be published.

ବ୍ରେକିଂ